www.samajalive.in
Saturday, December 13, 2025
26.1 C
Bhubaneswar

ନେପାଳ ହେଲିକପ୍ଟର ଦୁର୍ଘଟଣାରେ ୬ ମୃତ

ଡେସ୍କ: ନେପାଳରେ ଆଜି ସକାଳେ ନିଖୋଜ ହୋଇଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ଯାତ୍ରା କରୁଥିବା ୫ ଜଣ ମେକ୍ସିକୋ ନାଗରିକଙ୍କ ସମେତ ପାଇଲଟଙ୍କ  ମୃତ୍ୟୁ ହୋଇଥିବା ନେପାଳ ପୁଲିସ ସୂଚନା ଦେଇଛି। ଏକ ନେପାଳୀ ଖବର ପ୍ରସାରଣ ସଂସ୍ଥା ପକ୍ଷରୁ ସାର୍ବଜନୀନ କରାଯାଇଥିବା ସୂଚନା ଅନୁଯାୟୀ, ଆଜି ସକାଳେ ନେପାଳର ସୋଲୁଖୁମ୍ବୁରୁ କାଠମାଣ୍ଡୁ ଅଭିମୁଖେ ମନାଙ୍ଗ ଏୟାରର ଏକ ହେଲିକପ୍ଟର ଯାତ୍ରା ଆରମ୍ଭ କରିଥିଲା।

ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ଅର୍ଥାତ ସକାଳ ୧୦ଟା ୧୦ ମିନିଟ ସମୟରେ ହେଲିକପ୍ଟରର ରାଡ଼ାର ସହ ସମ୍ପର୍କ ଛିନ୍ନ ହୋଇଯାଇଥିଲା। ପରେ ସ୍ଥାନୀୟ ପୁଲିସ ଓ ଅନ୍ୟ କେତେକ ସଂସ୍ଥା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ତେବେ ପୁଲିସ ସୂଚନା ଅନୁଯାୟୀ, ସୋଲୁଖୁମ୍ବୁର ଲମଜୁରାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ସେଥିରେ ପାଇଲଟଙ୍କ ସମେତ ୬ ଜଣ ଯାତ୍ରା କରୁଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories