www.samajalive.in
Thursday, December 11, 2025
15.1 C
Bhubaneswar

କୋଟାଗାଁ ଧାନ ମଣ୍ଡି ପରିଚାଳନାରେ ତୃଟି; ତହସିଲଦାର ଓ ଏଆରସିଏସଙ୍କ ମିଳିତ ଯାଞ୍ଚ

କଲମପୁର: କେତେବେଳେ ଅଖା ନାହିଁ ତ କେତେବେଳେ ଟ୍ରକ ନାହିଁ, ପୁଣି କେତେବେଳେ ଶ୍ରମିକଙ୍କ ପ୍ରାପ୍ୟ ନେଇ କୋଟାଗାଁ ଧାନ ମଣ୍ଡିରେ ଦେଖା ଦେଉଥିଲା ସମସ୍ୟା। ପ୍ରଭାବିତ ହେଉଥିଲେ ଚାଷୀ। ପୁଣି କେଉଁ ଚାଷୀ ମଣ୍ଡିରେ ଧାନ ରଖି ୧୦ରୁ ୧୫ ଦିନ ପଡ଼ି ରହୁଥିଲେ ମଧ୍ୟ ଧାନ ଉଠାଇବାରେ ଅବହେଳା। ଏପରିକି କିଛି ଚାଷୀଙ୍କ ଟୋକନ ସମୟ ସୀମା ମଧ୍ୟ ଶେଷ ହେଇଯାଉଥିଲା। ଯାହାକୁ ନେଇ ମଣ୍ଡି ପରିଚାଳନା ଦାୟିତ୍ୱରେ ଥିବା ମା’ମଙ୍ଗଳା ମହିଳା ଗୋଷ୍ଠୀଙ୍କ ପ୍ରତି ଚାଷୀଙ୍କ ଅସନ୍ତୋଷ ଲାଗି ରହିଥିଲା। ଗତ ୫ ବର୍ଷ ଧରି ଉଭୟ ରବି ଏବଂ ଖରିଫ ମଣ୍ଡି ସମୟରେ ଚାଷୀ ସମସ୍ୟାର ସମ୍ମୁଖିନ ହେଉଥିଲେ। ବାରମ୍ବାର ମହିଳା ଗୋଷ୍ଠୀଙ୍କ ପ୍ରତିବଦଳରେ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ମଣ୍ଡି ପରିଚାଳନା କରିବା ପାଇଁ ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ। କିନ୍ତୁ ପ୍ରଶାସନ ଏନେଇ ନିରବ ରହିଥିଲା। ଚଳିତ ରବି ଧାନ ମଣ୍ଡି ସମୟରେ ଧାନ ମଣ୍ଡି ପରିଚାଳନାରେ ବ୍ୟାପକ ଅନିୟମିତତା ହେବା ସହ ମହିଳା ଗୋଷ୍ଠୀ କୌଣସି ପଦକ୍ଷେପ ନେଉନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଯାହାକୁ ନେଇ ଚାଷୀ ଆନ୍ଦୋଳନ କରି ଟ୍ରକ ସବୁକୁ ଅଟକ ରଖିଥିଲେ। ଏହାସହ ସମସ୍ତ ଘଟଣା ସମ୍ବନ୍ଧରେ ଜିଲ୍ଲାପାଲଙ୍କୁ ଜଣାଇବା ପରେ ଜିଲ୍ଲାପାଲ ପି.ଅନ୍ୱେଷା ରେଡ୍ଡି ତୁରନ୍ତ ଏହାର ମିଳିତ ଯାଞ୍ଚ ପାଇଁ କଲମପୁର ତହସିଲଦାର ରୁଦ୍ରମୋହନ ନାୟକ ଏବଂ ଧର୍ମଗଡ଼ ଏଆରସିଏସ ମିତ୍ରଭାନୁ ବିଶ୍ୱାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ମୁତାବକ ମଙ୍ଗଳବାର ଉଭୟ ଅଧିକାରୀ କୋଟାଗାଁ ଧାନ ମଣ୍ଡି ପରିସରରେ ପହଞ୍ଚି ଚାଷୀ, ମହିଳା ଗୋଷ୍ଠୀର ସଭାନେତ୍ରୀ ରେବତୀ ଗହୀର, ସମ୍ପାଦିକା ଚିତ୍ରି ବାଗଙ୍କ ଉପସ୍ଥିତିରେ ମଣ୍ଡି ପରିଚାଳନା ସମ୍ବନ୍ଧୀୟ ତୃଟି ସମ୍ବନ୍ଧରେ ପଚାରି ବୁଝିଥିଲେ। ମଣ୍ଡିର ବହୁ ଚାଷୀ ମହିଳା ଗୋଷ୍ଠୀଙ୍କ ପ୍ରତିବଦଳରେ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ କୋଟାଗାଁ ଧାନ ମଣ୍ଡି ପରିଚାଳନା କରିବାପାଇଁ ଦାବି କରିଥିଲେ।

ଏନେଇ ତହସିଲଦାର ଶ୍ରୀ ନାୟକଙ୍କ ସହ ଯୋଗାଯୋଗ କରାଯାଇଥିଲା। କୋଟଗାଁ ଧାନ ମଣ୍ଡି ପରିଚାଳନା ଦାୟିତ୍ୱରେ ଥିବା ମହିଳା ଗୋଷ୍ଠୀ ମଣ୍ଡି ପରିଚାଳନା କରିବାରେ ଅନିୟମିତତା କରିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେଇଥିଲା। ଜିଲ୍ଲାପାଳ ଘଟଣାର ମିଳିତ ଯାଞ୍ଚ ପାଇଁ ପରାମର୍ଶ ଦେଇଥିଲେ। ମଙ୍ଗଳବାର ଧର୍ମଗଡ଼ ଏଆରସିଏସଙ୍କ ଉପସ୍ଥିତିରେ ଚାଷୀ ଏବଂ ମହିଳା ଗୋଷ୍ଠୀଙ୍କ ମତାମତ ଗ୍ରହଣ କରାଯାଇଛି। ଏନେଇ ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ। ପରବର୍ତ୍ତୀ ନିଷ୍ପତ୍ତି ଜିଲ୍ଲାପାଳଙ୍କ ଦ୍ୱାରା ନିଆଯିବ ବୋଲି ସୂଚନା ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories