www.samajalive.in
Saturday, December 6, 2025
14.1 C
Bhubaneswar

ପାଇପ୍ ଫାଟି ପିଇବା ପାଣିରେ ମିଶୁଛି ଡ୍ରେନ୍ ପାଣି

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ସଦର ବ୍ଳକ୍ ଅନ୍ତର୍ଗତ ବାଉଁଶୁଣି ହେଉଛି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ବ୍ୟବସାୟ କାରବାର ଏକ ପେଣ୍ଠସ୍ଥଳୀ। ପ୍ରାୟତଃ ୧୦ଟି ପଞ୍ଚାୟତବାସୀ ବାଉଁଶୁଣି ଉପରେ ନିର୍ଭର କରନ୍ତି। କିନ୍ତୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧି ମାନଙ୍କ କାର୍ୟ୍ୟପାଇଁ ବାଉଁଶୁଣି ଉନ୍ନତିର ପଛରେ ରହିଥିବା ସବୁବେଳେ ଚର୍ଚ୍ଚା ହେଉଛି । ଦୀର୍ଘ ୨ ବର୍ଷ ହେଲା ବାଉଁଶୁଣି ଛକ ସ୍ଥିତ ଡ୍ରେନଟି ପୋତି ହୋଇଯିବାରୁ ୫୭ନଂ ଜାତୀୟ ରାଜପଥ ଉପରେ ଦୂଷିତ ପାଣି ଯାଉଥିବା ଦେଖିବାକୁ ମିଳିଛି ଏବଂ ଧୀରେ ଧୀରେ ମଶାଙ୍କ ବଂଶ ବୃଦ୍ଧି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଏସଂପର୍କରେ ସ୍ଥାନୀୟ ଲୋକେ ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ସେହିଭଳି ଗତ ୨୦୨୨ ଜୁନ୍ ୩ ତାରିଖରେ ସ୍ଥାନୀୟ ବ୍ୟବସାୟୀମାନେ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଥିଲେ। ଇତି ମଧ୍ୟରେ ୧୩ ମାସ ବିତି ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଯାହାକି ବର୍ତ୍ତମାନ ବଡ ସମସ୍ୟା ଦେଖିବାକୁ ମିଳିଛି। ଲୋକଙ୍କ ପାଇଁ ଜଳ ଯୋଗାଣ ହେଉଥିବା ପାଇପଟି ଉକ୍ତ ସ୍ଥାନରେ କୌଣସି କାରଣରୁ ଫାଟି ଯାଇଥିବାରୁ ଦୂଷିତ ଡ୍ରେନ୍ ପାଣି ପାଇପରେ ପଶୁଛି। ଯାହାକି ପିଇବା ପାଣି ଦୁର୍ଗନ୍ଧ ହେବା ସହ ବିଭିନ୍ନ ସମୟରେ ପୋକ ବାହାରୁଥିବାରୁ ଲୋକେ ବ୍ୟବହାର କରିପାରୁନାହାଁନ୍ତି। ସେଥିପାଇଁ ସ୍ଥାନୀୟ ଲୋକେ ପାଣି ପାଇଁ ବହୁତ ଦୂରକୁ ଯାଉଥିବା କହିଛନ୍ତି। ତେବେ ବାରମ୍ବାର ଜିଲ୍ଲାପ୍ରଶାସନ ପାଖରେ ଅଭିଯୋଗ ପରେ ମଧ୍ୟ ସମାଧାନ ହେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଯଦି ଖୁବଶୀଘ୍ର ଏହାର ପ୍ରତିକାର କରାନଯାଏ ତେବେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଉଛନ୍ତି ସ୍ଥାନୀୟ ଲୋକେ ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories