ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା-ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ ସୂଚନା ମିଳିଛି। ଏହି ମାମଲରେ ଅଧିକ ପଚରା ଉଚୁରା ପାଇଁ ବାହାନଗା ବଜାର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ପକ୍ଷରୁ ସମନ ଜାରି କରାଯାଇଥିବା ଜଣାପଡ଼ିଛି। ବାହାନଗା ଷ୍ଟେସନ ମାଷ୍ଟର ଭୁବନେଶ୍ବର ସିବିଆଇ ଅଫିସରେ ହାଜର ପାଇଁ ସମନ ହୋଇଛି। ଏଠାରେ ସୂଚନା ଯୋଗ୍ୟରେ ଏହା ପୂର୍ବରୁ ଏହି ମାମଲାରେ ୩ଜଣ ରେଳ କର୍ମଚାରୀଙ୍କୁ ସିବିଆଇ ପକ୍ଷରୁ ଗିରଫ କରାଯାଇଛି। ୫ଦିନିଆ ଅବଧିର ଆଜି ତୃତୀୟ ଦିନ ହୋଇଥିବାବେଳେ ସିବିଆଇ ଅଫିସରେ ରଖି ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ପଚରା ଉଚୁରା ଜାରି ରଖିଛି।
Popular Categories



