www.samajalive.in
Saturday, December 13, 2025
26.1 C
Bhubaneswar

ବନ୍ଧରେ ବୁଡି ଜଣେ ମୃତ

ପାଟଣା : ସଦର ବ୍ଲକ ଅନ୍ତର୍ଗତ ବୋଦାପଳସା ନିକଟରେ ଜାତୀୟ ରାଜପଥ ନିର୍ମାଣ ପାଇଁ ମାଟି ଉଠାଯାଇଥିବା ସ୍ଥାନରେ ଏକ ବଡ଼ ଗଭୀର ଜଳାଶୟ ସୃଷ୍ଟି ହୋଇଥିଲା। ଏହି ଜଳାଶୟ ବନ୍ଧରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସଦରପଡା ଗ୍ରାମର ହରେକୃଷ୍ଣ ମହାନ୍ତ (୫୪) ବୋଲି ଜଣାପଡିଛି । ବିଲବାଡି କାମ ସାରି ସନ୍ଧ୍ୟାରେ ସେ ଏହି ଜଳାଶୟରେ ଗାଧୋଉଥିବା ସମୟରେ ୩୫ ଫୁଟ ଗଭୀର ଜଳରେ ବୁଡି ଯାଇଥିଲେ।  ପାଟଣା ଓ କେନ୍ଦୁଝର ଅଗ୍ନିଶମବାହିନୀ ମିଳିତ ଭାବେ ଜଳାଶୟରେ ଖୋଜି ଖୋଜି ହରେକୃଷ୍ଣଙ୍କ ମୃତଦେହକୁ ଉଦ୍ଧାର କରି ଟାଉନ ଥାନା ପୁଲିସ ଜିମା ଦେଇଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories