www.samajalive.in
Saturday, December 13, 2025
27.1 C
Bhubaneswar

ବନ ମହୋତ୍ସବ ସପ୍ତାହ: ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଦେବଗଡ଼:୭୪ ତମ ବନ ମହୋତ୍ସବ ସପ୍ତାହ ଅବସରରେ ଦେବଗଡ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ଟାଉନ ହାଇସ୍କୁଲ ଓ ଜିଲା ଅଦାଲତ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା ଏବଂ ଦୌରାଜଜ ତଥା ଜିଲା ଆଇନ ସେବା ପ୍ରାଧିକରଣର ସଭାପତି ଗୌତମ ଶର୍ମା, ଫ୍ୟାମିଲୀ କୋର୍ଟ ଜଜ୍ ଶ୍ରୀନିବାସ ପ୍ରତିହାରୀ,ଜିଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସର୍ବେଶ୍ୱର ଦାସ, ସିଭିଲ କୋର୍ଟ ରେଜିଷ୍ଟ୍ରାର ସୁଧୀର କୁମାର ମିଶ୍ର, ସିନିୟର ସିଭିଲ ଜଜ୍ ସ୍ୱୟଂ ପ୍ରକାଶ ଦାସ, ଜିଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଅପୁର୍ବା ଚୌଧୁରୀ, ଏସଡିଜେଏମ୍ ଲିଙ୍କି ପିୟା ସାହୁ ଓ ଜେଏମ୍ଏଫସି କୃଷ୍ଣ ସୁବୁଦ୍ଧି ଯୋଗଦେଇ ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ମୂଲ୍ୟବାନ ଚାରା ରୋପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବନ ସଂରକ୍ଷିକା ସୁଧାଶ୍ରୀ ପ୍ରଧାନ,ଜିଲା ଓକିଲ ସଂଘର ସଭାପତି ଆଶୁତୋଷ ଶର୍ମା, ସମ୍ପାଦକ ଟିକେଶ୍ୱର ଧଳ, ପୂର୍ବତନ ସଭାପତି ଦିଲ୍ଲିପ କୁମାର ଗୁରୁ, ପ୍ରମଥେଶ ଗୁରୁ, ଶ୍ରୀବତ୍ସ ମିଶ୍ର, ପ୍ରିୟବ୍ରତ ନନ୍ଦ, କ୍ଷେତ୍ରବାସୀ ମେହେର ଓ ଟାଉନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାଲୀ ଲାକ୍ରାଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ପାରାଲିଗାଲ ସ୍ୱେଚ୍ଛାସେବୀ ଓ ବନ କର୍ମଚାରୀ ମାନେ ମଧ୍ୟ ଅଂଶଗ୍ରହଣ କରି ଚାରା ରୋପଣ କରିଥିଲେ। ଅନୁରୂପ ଭାବେ ଜିଲା ଅଦାଲତ ପରିସରରେ ମଧ୍ୟ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ ଓ ପାରା ଲିଗାଲ ସ୍ୱେଚ୍ଛାସେବୀ ମାନେ ଅଂଶଗ୍ରହଣ କରି ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ଦେବଗଡ ବନାଂଚଳ ଅଧିକାରୀ ଦେବଦତ ନନ୍ଦ ଓ ଦେବଗଡ ଫରେଷ୍ଟର ଭୀମସେନ ଶତପଥି ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories