www.samajalive.in
Saturday, December 13, 2025
18.1 C
Bhubaneswar

ବାହାନଗା ରେଳ ଦୁର୍ଘଟଣା: ଜାଣିକି ଅପରାଧ ଘଟାଇଥିବା ଅଭିଯୋଗରେ ୩ ଗିରଫ

ଭୁବନେଶ୍ବର: ବାହାନଗା ରେଳ ଷ୍ଟେସନରେ ମାନବୀୟ ତ୍ରୁଟି ଓ ରେଳ ରୁମରେ ତ୍ରୁଟି ଯୋଗୁଁ ସେଠାରେ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଆଜି ସିବିଆଇ ପକ୍ଷରୁ ୩ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ସିବିଆଇ ପକ୍ଷରୁ ଆଇପିସି ଧାରା ୩୦୪ ଏବଂ ୨୦୧ରେ ୩ ରେଳ କର୍ମଚାରୀଙ୍କୁ ଗିରପ କରାଯାଇଛି। ଜାଣିକି ଅପରାଧ ଘଟାଇଥିବା ଅଭିଯୋଗରେ ୩ଜଣ ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଛି। ସେମାନେ ଜାଣିକି ଅପରାଧ ଘଟାଇ ପ୍ରମାଣ ଲୁଚାଇବା ଅଭିଯୋଗରେ ଏହି ୩ଜଣଙ୍କୁ ଗିରଫ କରାଯାଇଛି। ସିନିଅର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ ଏବଂ ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନଙ୍କୁ ସିବିଆଇ ପକ୍ଷରୁ ଗିରଫ କରାଯାଇଛି। ସେହିପରି ଟେକ୍ନିସିଆନ ପପୁ କୁମାରଙ୍କୁ ସିବିଆଇ ଗିରଫ କରିଛି।

 

- Advertisement -

ଏଠାରେ ସୂଚନା ଯୋଗ୍ୟ ଯେ ଗତ ଜୁନ୍ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଅଦ୍ୟାବଧି ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଶିକାର ହୋଇଥିବା କିଛି ଲୋକ ଏବେ ବି ଚିକିତ୍ସାଧୀନ ଅଛନ୍ତି।  ସିଗନାଲ୍ ଓ ଟେଲିକମ୍‌ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ରେଲୱେ ସୁରକ୍ଷା କମିଶନର (ସିଆର୍‌ଏସ୍‌) ରେଳବୋର୍ଡ ନିକଟରେ ଦାଖଲ କରିଥିବା ରିପୋର୍ଟରୁ ଜଣାପଡ଼ିଥିଲା।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories