ଭୁବନେଶ୍ୱର : ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲା ସ୍ତରରେ ଦଳକୁ ମଜଭୁତ କରିବା ଉଦ୍ଦେଶ୍ୟରେ ନୂଆ ରଣକୌଶଳ ଆପଣାଇଛି ବିଜେଡି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ୬ ଜିଲାରେ ନୂଆ ସଭାପତି ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ୩ ଜିଲାରେ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତ ହୋଇଛନ୍ତି। ଏହି ନିଯୁକ୍ତି ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି।

ନୃସିଂହ ଚରଣ ସାହୁ ଢେଙ୍କାନାଳ ଜିଲା ବିଜେଡି ସଭାପତି ହୋଇଛନ୍ତି। ଅପରପକ୍ଷେ, ଦେବୀ ପ୍ରସାଦ ଭୁତିଆ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ବାଲେଶ୍ବର ଜିଲା ସଭାପତି ଭାବେ ଅଶ୍ବିନୀ କୁମାର ପାତ୍ରଙ୍କୁ ନିଯୁକ୍ତ କରାଯାଇଛି। ଝିହ୍ନ ହିକକା କୋରାପୁଟ ଜିଲା ବିଜେଡି ସଭାପତି ହୋଇଥିବାବେଳେ ପ୍ରଶାନ୍ତ ଗୁପ୍ତା କାର୍ଯ୍ୟକାରୀ ସଭାପତି ହୋଇଛନ୍ତି। ସେହିପରି ପ୍ରଭାସ କୁମାର ସିଂ ବରଗଡ଼ ଜିଲା ସଭାପତି ଓ ସୁଶାନ୍ତ ମହାପାତ୍ର(ଜାପାନୀ) କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଉରକେଲାରେ ହାଲୁ ମୁଣ୍ଡାରୀ ଓ ଝାରସୁଗୁଡ଼ା ପାଇଁ ରବି ସିଂଙ୍କୁ ସଭାପତି ଭାବେ ନିଯୁକ୍ତ କରାଯାଇଛି।



