www.samajalive.in
Friday, December 12, 2025
15.1 C
Bhubaneswar

ରାଫେଲ କାରବାରରେ ଚୋରି ନେଇ ମୋଦୀ ସତ୍ୟପାଠରେ ସ୍ୱୀକାର କରିଛନ୍ତି: ରାହୁଲ

ନୂଆଦିଲ୍ଲୀ : ରାଫେଲ ଦୁର୍ନୀତି ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ୧୪ ପୃଷ୍ଠା ସମ୍ବଳିତ ସତ୍ୟପାଠ ଦାଖଲ କରିବା ପରିପ୍ରେକ୍ଷୀରେ ରାହୁଲ ଗାନ୍ଧୀ ମଙ୍ଗଳବାର ପୁନଃ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଫେଲ କାରବାରରେ ଚୋରି ହୋଇଥିବା ଅଭିଯୋଗକୁ ମୋଦୀ ତାଙ୍କର ଏହି ସତ୍ୟପାଠରେ ସ୍ୱୀକାର କରିଛନ୍ତି ବୋଲି ରାହୁଲ ଟ୍ୱିଟ୍‍ରରେ ଉଲ୍ଲେଖ କରିଛନ୍ତି। ଭାରତୀୟ ବାୟୁସେନାକୁ ନ ପଚାରି ରାଫେଲ କାରବାର ସମ୍ବନ୍ଧୀୟ ରାଜିନାମାରେ ପରିବର୍ତ୍ତନ କରାଯାଇଛି। ଏହାଦ୍ୱାରା ଉଦ୍ୟୋଗପତି ଅନୀଲ ଅମ୍ବାନୀଙ୍କ ପକେଟ୍‍କୁ ୩୦,୦୦୦ କୋଟି ଟଙ୍କା ପଠାଇ ଦିଆଯାଇଥିବା ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ସ୍ୱୀକାର କରାଯାଇଛି। ଆଗକୁ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ରାହୁଲ ଉକ୍ତ ଟ୍ୱିଟ୍‍ରେ ଦର୍ଶାଇଛନ୍ତି।
ଉଲ୍ଲେଖ ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ରାଫେଲ କାରବାର ଏବଂ ଏହି ବିମାନର ମୂଲ୍ୟ ସମ୍ବନ୍ଧୀୟ ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଏଥିରେ ଦର୍ଶାଯାଇଛି ଯେ ୨୦୧୩ର ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନୁକରଣ ପୂର୍ବକ ତଥା ନିରାପତ୍ତା ସମ୍ବନ୍ଧୀୟ କ୍ୟାବିନେଟ୍‍ କମିଟିର ମଞ୍ଜୁରୀ ହାସଲ କରିବା ପରେ ୩୬ଟି ରାଫେଲ ବିମାନ ଫ୍ରାନ୍ସଠାରୁ କ୍ରୟ ଲାଗି ଚୁକ୍ତି ସ୍ୱାକ୍ଷର ହୋଇଥଲା। ଏଥିସହ ବିମାନ ଗୁଡିକର ମୂଲ୍ୟ ଉତ୍ତମ ଭାବେ ମୂଳଚାଲ କରାଯାଇଛି ବୋଲି କେନ୍ଦ୍ର ସରକାର ଉଲ୍ଲେଖ କରିଛନ୍ତି। ୧୪ ପୃଷ୍ଠା ସମ୍ବଳିତ ଏହି ସତ୍ୟପାଠକୁ ସାର୍ବଜନୀନ କରାଯାଇଥିବା ବେଳେ ରାଫେଲ ବିମାନ ମୂଲ୍ୟ ସମ୍ବନ୍ଧୀୟ ଜଉମୁଦ ରିପୋର୍ଟ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ସୁରକ୍ଷିତ ରହିଛି। ସୁପ୍ରିମକୋର୍ଟ ଉଭୟ ସତ୍ୟପାଠ ଉପରେ ବୁଧବାର ବିଚାର କରିବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories