www.samajalive.in
Saturday, December 13, 2025
26.1 C
Bhubaneswar

ଉଠାଜଳସେଚନ ପ୍ରକଳ୍ପ ପାଇଁ ଜଳସମ୍ପଦ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଜିଲ୍ଲାପରିଷଦ ଜୋନ୍ (୨) ଅଧିନରେ ଥିବା ବିଭିନ୍ନ ପଞ୍ଚାୟତରେ ଉଠାଜଳସେଚନ ପ୍ରକଳ୍ପ କାର୍ୟ୍ୟକ୍ଷମ କରିବାକୁ ଜିଲ୍ଳା ପରିଷଦ ଜୋନ୍ (୨) ସଭ୍ୟ ଦେନାରାୟଣ ତିୱାରୀଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ଜଳସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ସାକ୍ଷାତ କରି ଚାଷୀ ମାନଙ୍କ ସ୍ବାକ୍ଷରିତ ଦାବିପତ୍ର ପ୍ରଦାନ କରାଯାଇଛି। ଜୋନ୍ (୨) ଅଧିନସ୍ଥ କତରବଗା ପଞ୍ଚାୟତରେ ମେଗା ଜଳସେଚନ ପ୍ରକଳ୍ପ କାର୍ୟ୍ୟକ୍ଷମ ହେଉଥିଲେ ହେଁ ତ୍ରୁଟି ପୂର୍ଣ୍ଣ ପରିଯୋଜନା ଯୋଗୁଁ ଏହି ପଞ୍ଚାୟତର ମାତ୍ର ୨୦% ଜମି ଜଳସେଚିତ ହୋଇ ୮୦% ଜମି ଜଳ ସେଚନ ସୁବିଧାରୁ ବଞ୍ଚିତ ହୋଇ ପାଣି ଅଭାବରୁ ଫସଲ କ୍ଷତିଗ୍ରସ୍ତ ହେଉଛି । ଏହାବ୍ୟତୀତ ଲଇଡା,କିନାଲୋଇ ରେଙ୍ଗଲୋଇ ଆଦି ପଞ୍ଚାୟତ ଅଞ୍ଚଳରେ ଜଳସେଚନର କୌଣସି ବ୍ୟବସ୍ଥା ନଥିବାରୁ ଚାଷୀ ମାନେ ମୌସୁମୀ ଓ ଲଘୁଚାପ ଜନିତ ବର୍ଷା ଉପରେ ନିର୍ଭର କରି ଚାଷ କରିବାକୁ ବାଧ୍ୟ ହେଉଛନ୍ତି। ଅନିୟମିତ ପାଣିପାଗ ଯୋଗୁଁ ପ୍ରତିବର୍ଷ ଫସଲ କ୍ଷତିଗ୍ରସ୍ତ ହେବା ସହିତ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଜଳସେଚନ ସୁବିଧା ନଥିବା ରେଙ୍ଗାଲି ଜିଲ୍ଲାପରିଷଦ ଜୋନ୍ (୨) ଅଧିନସ୍ଥ ପଞ୍ଚାୟତ ଅଞ୍ଚଳରେ ଉଠାଜଳସେଚନ ପ୍ରକଳ୍ପ କାର୍ୟ୍ୟକ୍ଷମ କରାଯିବାକୁ ଦାବି କରାଯାଇଛି। ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ଅବସରରେ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ତିୱାରୀଙ୍କ ସହିତ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଏମ୍ ବି ସତ୍ୟନ୍, ପଶ୍ଚିମ ଓଡିଶା ବିକାଶ ପରିଷଦର ନିମନ୍ତ୍ରିତ ସଭ୍ୟ ଯାଜ୍ଞସିନି ନାଗ,ଗୋବର୍ଦ୍ଧନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories