www.samajalive.in
Sunday, December 7, 2025
26.1 C
Bhubaneswar

ଧାନ ତଳିପକାକୁ କେନ୍ଦ୍ର କରି ବାପ-ପୁଅ ମଧ୍ୟରେ ଝଗଡ଼ା: କୀଟନାଶକ ପିଇ ବାପା ମୃତ, ପୁଅ ଗୁରୁତର

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଟାଙ୍ଗରପାଲି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଧାନ ତଳି ପକାକୁ କେନ୍ଦ୍ର କରି ବାପା ଓ ପୁଅ ମଧ୍ୟରେ ଝଗଡ଼ା ହେବା ପରେ ଉଭୟେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଏଥିରେ ବାପାଙ୍କ ମୃତ୍ୟୁ ଘଟିଛି। ଏଥିସହ ପୁଅଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନା ମୁତାବକ, ଟାଙ୍ଗରପାଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ରହୁଥିବା ଚତୁର୍ଭୁଜ ସାହୁ(୬୫) ଓ ତାଙ୍କ ପୁଅ ଇଶ୍ଵର ସାହୁ(୩୮)ଙ୍କ ମଧ୍ୟରେ ଧାନ ତଳିପକାକୁ ନେଇ ଯୁକ୍ତିତର୍କ ହୋଇଥିଲା । ପରେ ଏହି ଝଗଡ଼ା ଆଗକୁ ବଢ଼ି ଶେଷରେ ଚତୁର୍ଭୁଜ କୀଟନାଶକ ଔଷଧ ପିଇଦେଇଥିଲେ । ଏହା ଦେଖି ପୁଅ ଇଶ୍ଵର ମଧ୍ୟ ମୁଁ ବି ମରିବି ବୋଲି କହି ସେହି ଔଷଧ ପିଇ ଦେଇଥିଲେ । ଘଟଣାଟି ଘଟିଥିଲା ଆଜକୁ ୫-୬ ଦିନ ପୂର୍ବରୁ। ଫଳରେ ପ୍ରଥମେ ଉଭୟଙ୍କୁ ବିରଳ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରୁ ଡାକ୍ତର ତାଙ୍କୁ ରାଉରକେଲା ଖ୍ରୀଷ୍ଟିଆନ ହସ୍ପିଟାଲକୁ ନେବା ପାଇଁ କହିଥିଲେ । ତେଣୁ ପରିବାର ବର୍ଗ ତାଙ୍କୁ ରାଉରକେଲା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବାପା ଚତୁର୍ଭୁଜ ସାହୁଙ୍କର ମୃତ୍ୟୁ ଘଟିଛି । ସନ୍ଧ୍ୟା ୮ ଟା ୩୦ ମିନିଟରେ ତାଙ୍କର ମରଶରୀରକୁ ଗ୍ରାମକୁ ଅଣାଯାଇ ଅନ୍ତିମ ସଂସ୍କାର କରାଯାଇଛି । ଅପରପକ୍ଷେ, ପୁଅ ଏବେ ବି ମୃତ୍ୟୁ ସହ ସଂଗ୍ରାମ କରୁଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଏହି ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ମୃତ ଚତୁର୍ଭୁଜଙ୍କ ପତ୍ନୀ ଗୋଟିଏ ପଟେ ପତିଙ୍କ ବିୟୋଗ ଓ ଅନ୍ୟପଟେ ଏକ ମାତ୍ର ପୁଅର ଗୁରୁତର ଅବସ୍ଥା, କାହାପାଇଁ ଶୋକ କରିବେ ଭାବି ପାରୁ ନାହାନ୍ତି । ଈଶ୍ବରଙ୍କ ଦୁଇଟି ଛୋଟ ଛୋଟ ଝିଅ ଅଛନ୍ତି । ତେବେ ଈଶ୍ଵର ମୃତ୍ୟୁ ସଂଗ୍ରାମରେ ବିଜୟୀ ହେବେ ନା ନାହିଁ, ତାଙ୍କ ଅବସ୍ଥା ଦେଖି କେହି ସଠିକ୍ କହିପାରୁ ନାହାନ୍ତି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories