www.samajalive.in
Saturday, December 6, 2025
26.1 C
Bhubaneswar

ବିଦ୍ୟୁତ୍ ଆଘାତରେ କର୍ମଚାରୀଙ୍କ ମୃତ୍ୟୁ

ଫୁଲବାଣୀ : ବିଦ୍ୟୁତ୍ ଆଘାତରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଜିତେନ୍ଦ୍ର ଦାସ ଓରଫ ରବି। ଗତ ବିଲମ୍ବିତ ରାତିରେ ବର୍ଷା ଯୋଗୁଁ ଫୁଲବାଣୀ ପୌର ପରିଷଦରେ ବିଦ୍ୟୁତ୍ ନଥିବା ବେଳେ ବିଦ୍ୟୁତ୍ କାମ କରିବା ପାଇଁ ଫୁଲବାଣୀ ନାରାୟଣୀ ରୋଡ଼ ପାଖରେ ଥିବା ୧୧ କେଭି ଖୁଣ୍ଟରେ ବିଦ୍ୟୁତ୍ କାର୍ୟ୍ୟ କରୁଥିବା ବେଳେ ହଠାତ୍ ଆକସ୍ମିକ ଭାବେ ବିଦ୍ୟୁତ୍ ଚାର୍ଜ ହୋଇଯିବାରୁ ଜିତେନ୍ଦ୍ର ଦାସ୍ ନାମକ ବିଦ୍ୟୁତ୍ ବିଭାଗରେ କାର୍ୟ୍ୟରତ ଥିବା କର୍ମଚାରୀଙ୍କ ଜୀବନ ଚାଲି ଯାଇଛି। ଏହି ଘଟଣା ପରେ ଫୁଲବାଣୀ ଟାଉନ୍ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। କିନ୍ତୁ ବିଦ୍ୟୁତ୍ ବିଭାଗର କୋଣସି ଉପରିସ୍ଥ ଅଧିକାରୀଙ୍କ ଦେଖା ନ ଦେବାରୁ ମୃତ ପରିବାର ଓ ସ୍ଥାନୀୟ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା ।
ସ୍ଥାନୀୟ ଲୋକେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ,ପରିବାରକୁ ଚାକିରୀ,ତଦନ୍ତ ଓ କାର୍ୟ୍ୟାନୁଷ୍ଠାନ ପ୍ରଭୃତି ଦାବିରେ ଗାନ୍ଧୀ ଛକ ଠାରେ ରାସ୍ତାରୋକ୍ କରିଥିଲେ । ଦୀର୍ଘ ୪ ଘଣ୍ଟା ପରେ ପୁଲିସ ବୁଝାଶୁଝା ପରେ ରାସ୍ତା ରୋକ୍ ହଟିଥିଲା । ମୃତ ବିଦ୍ୟୁତ୍ କର୍ମଚାରୀ ପରିବାରର ଏକ ମାତ୍ର ସନ୍ତାନ ହୋଇଥିବା ବେଳେ ତାଙ୍କର ୫ ବର୍ଷ ଓ ୨ ବର୍ଷର ଦୁଇଟି ଝିଅ ଅଛନ୍ତି। ଅତ୍ୟନ୍ତ ମେଳାପି ଓ କର୍ମନିଷ୍ଠ ହୋଇଥିବାରୁ ସହରରେ ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ରାତିରେ ମେଡିକାଲ ପରିସର ଓ ବିଦ୍ୟୁତ୍ ଅଫିସରେ ମଧ୍ୟ ସ୍ଥାନୀୟ ଲୋକ ବିରୋଧ ପ୍ରଦର୍ଶନ କରିଥିଲେ। ବିଭାଗର ଭୁଲ ପାଇଁ ଏକ ଅମୂଲ୍ୟ ଜୀବନ ଚାଲିଗଲା ଏବଂ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋକେ। ଜିଲ୍ଲା ମେଡିକାଲରେ ଆଜି ମରଶରୀର ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ଟାଉନ ଥାନା ଅଧିକାରୀ ଅଶୋକ ଗିରି କହିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories