www.samajalive.in
Saturday, December 6, 2025
16.1 C
Bhubaneswar

ଏଠାରେ ଆଳୁ ଠାରୁୁ ଶସ୍ତାରେ ମିଳେ କାଜୁ

ସାଧାରଣତଃ ସଭିଁଙ୍କୁ ବିଭିନ୍ନ ପ୍ରକାର ଡ୍ରାଏ ଫ୍ରୁଟ୍ସ ଖାଇବା ବେଶ ପସନ୍ଦ। ବିଭିନ୍ନ ପ୍ରକାର ମିଠା ଡ୍ରାଏ ଫ୍ରୁଟ୍ସ ବିନା ସ୍ୱାଦହୀନ। ଏହାସହ ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଉପକାରୀ ମଧ୍ୟ। ଡ୍ରାଏ ଫ୍ରୁଟ୍ସ ମଧ୍ୟରେ କାଜୁକୁ ଅଧିକାଂଶ ଲୋକେ ଖାଇବାକୁ ପସନ୍ଦ କରିଥାଆନ୍ତି। ମାତ୍ର ଏହାର ଦାମ୍‌‌ କାରଣରୁ ଅନେକ ଏହାକୁ ଅଳ୍ପ ପରିମାଣରେ କିଣିବା ସହ କେତେକ ସମୟରେ ଏହାକୁ କିଣିବା କଷ୍ଟକର ହୋଇପଡେ। ମାତ୍ର ଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ କାଜୁ କେଜି ୪୦ ଟଙ୍କା। ଆଜ୍ଞା ହଁ ୪୦ ଟଙ୍କା। ଭାରତର ସବୁଠାରୁ ଶସ୍ତା ଡ୍ରାଏ ଫ୍ରୁଟ୍ସ ମାର୍କେଟ। ଏଠାରେ ଆଳୁ ଠାରୁ ମଧ୍ୟ ଶସ୍ତାରେ କାଜୁ-ବାଦାମ ମିଳେ। କାଜୁ ଦୁନିଆରେ ସବୁଠାରୁ ଲୋକପ୍ରିୟ ଡ୍ରାଏ ଫ୍ରୁଟ୍ସ ମଧ୍ୟରୁ ଗୋଟିଏ। ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଏହା ଆଣ୍ଟିଅକ୍ସିଡାଣ୍ଟରେ ଭରପୁର।
ବଜାରରେ କାଜୁ ବାଦାମ ଦାମ ୮୦୦ ରୁ ୧୦୦୦ ପ୍ରତି କିଲୋରୁ କମ୍‌‌ ନୁହେଁ। ମାତ୍ର ଏହି ସ୍ଥାନରେ କାଜୁ ପ୍ରତି କିଲୋ ୪୦ ରୁ ୫୦ ଟଙ୍କାରେ ମିଳେ। ସ୍ଥାନଟି ହେଉଛି ଝାଡଖଣ୍ଡର ଜାମତାରା। ଏଠାରେ ଆଳୁ,ପିଆଜର ଦାମ୍‌‌ରୁ ମଧ୍ୟ କାଜୁ ଶସ୍ତା। ଏଠାରେ ହଜାର ହଜାର ଟନ୍‌‌ କାଜୁ ଚାଷ କରାଯିବା ସହ ବୃହତ ଆକାରର କାଜୁ ବଗିଚା ରହିଛି।
ଏଠାରେ କାଜୁ ଚାଷର କାହାଣୀ ମଧ୍ୟ ଆକର୍ଷଣୀୟ। ଏହି ଅଞ୍ଚଳର ଲୋକମାନେ କହନ୍ତି, ଜାମତାରା ପୂର୍ବତନ ଡେପୁଟି କମିଶନର କ୍ରିପାନନ୍ଦ ଝା କାଜୁ ବାଦାମ ଖାଇବାକୁ ଭଲ ପାଉଥିଲେ। ଏହି କାରଣରୁ, ସେ ଚାହୁଁଥିଲେ ଯେ ଜାମତାରାରେ କାଜୁ ଚାଷ କରାଯାଉ, ଯାହାଫଳରେ ସେ ତାଜା ଏବଂ ଶସ୍ତା କାଜୁ ଖାଇ ପାରିବେ।
ଏହି କାରଣରୁ କ୍ରିପାନନ୍ଦ ଓଡ଼ିଶାରେ କାଜୁ ଚାଷୀଙ୍କୁ ଭେଟିଥିଲେ। ସେ କୃଷି ବୈଜ୍ଞାନିକମାନଙ୍କ ଠାରୁ ଜାମତାରାର ଭୌଗୋଳିକ ଅବସ୍ଥାନ ଜାଣିଥିଲେ। ଏହା ପରେ ସେ ଏଠାରେ କାଜୁ ଚାଷ ଆରମ୍ଭ କରିଥିଲେ। କିଛି ବର୍ଷ ମଧ୍ୟରେ ଏଠାରେ ବହୁ ପରିମାଣରେ କାଜୁ ଚାଷ ଆରମ୍ଭ ହୋଇଥିଲା।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories