www.samajalive.in
Saturday, December 6, 2025
17.1 C
Bhubaneswar

ଚନ୍ଦନେଶ୍ବର ବ୍ୟାଙ୍କରୁ ଲୁଟ୍‌ ଘଟଣା : ୬ ଗିରଫ

ବାଲେଶ୍ୱର: ବାଲେଶ୍ବର ଚନ୍ଦନେଶ୍ବର ବ୍ୟାଙ୍କ ଚୋରି ଘଟଣାରେ ୬ ଆନ୍ତଃରାଜ୍ୟ ଡକାୟତକୁ ଗିରଫ କରାଯାଇଥିବା ବାଲେଶ୍ବର ପୁଲିସ ପକ୍ଷରୁ ସୂଚନା ମିଳିଛି। ଅଭିଯୁକ୍ତଙ୍କ ନିକଟରୁ ୬ ଲକ୍ଷ ନଗଦ ଟଙ୍କା, ୩୦୦ ଗ୍ରାମ୍ ସୁନା ଅଳଙ୍କାର, ୧୦ଟି ମୋବାଇଲ ଓ ୩ଟି ପିସ୍ତଲ ଜବତ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କର ଅନ୍ୟ ବ୍ୟାଙ୍କ ଡକାୟତିରେ ସଂପୃକ୍ତି ଥିବା ପୁଲିସ ସୂଚନା ଦେଇଛି। ପ୍ରକାଶ ଯେ, ଚଳିତ ବର୍ଷ ଏପ୍ରିଲ ୨୬ ତାରିଖରେ  ଫିଲ୍ମ ଷ୍ଟାଇଲରେ ଚୋରି କରିଥିଲେ ପଶ୍ଚିମବଙ୍ଗ ଲୁଟେରା। ୬ରୁ ୭ ଜଣ ଲୁଟେରା ଗ୍ରାହକ ସାଜି ବ୍ୟାଙ୍କକୁ ପଶିଥିଲେ। କିଛି ଲୁଟେରା ବାହାର ପଟୁ ବ୍ୟାଙ୍କ ଗେଟ୍ ବନ୍ଦ କରିଦେଇଥିଲେ। ମ୍ୟାନେଜର ଓ ଗ୍ରାହକଙ୍କୁ ବନ୍ଧୁକ ଓ ଛୁରା ଦେଖାଇ ଭୟଭୀତ କରାଇଥିଲେ । ବ୍ୟାଙ୍କ କର୍ମଚାରୀଙ୍କୁ ଆଣ୍ଠେଇ ଦେବା ସହ ଗ୍ରାହକଙ୍କ ପାଖରୁ ମୋବାଇଲ ଛଡାଇ ନେବା ସହ ଟଙ୍କା ଛଡ଼ାଇ ନେଇଥିଲେ । ଘଟଣାସ୍ଥଳରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ୍, ଏସ୍‌ସି ସାଗରିକା ନାଥଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହିତ ଅଧିକ ତଦନ୍ତ କରିଥିଲେ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories