www.samajalive.in
Saturday, December 13, 2025
18.1 C
Bhubaneswar

ପାଟଣା ବନ ବିଭାଗ ଦ୍ୱାରା ସୁଲଭ ଚାରା ବିକ୍ରୟ କେନ୍ଦ୍ର ଉଦଘାଟିତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନ ବିଭାଗ ସୁଲଭ ମୂଲ୍ୟରେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଚାରା ବିକ୍ରୟ କାର୍ଯ୍ୟକ୍ରମକୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ଭାଗ୍ୟଶ୍ରୀ ପରିଡା ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପାଟଣା ଉପବନାଞ୍ଚଳ ଅଧିକାରୀ ଅମୂଲ୍ୟ କୁମାର ସେନାପତି, ପାଟଣା ବନପାଳ ପିଅନ ନାଏକ, ବନ ବିଭାଗର ସୁରେନ୍ଦ୍ର କୁମାର ପାତ୍ର ପ୍ରମୁଖ ଚାରା ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପାଟଣା ବନାଞ୍ଚଳବାସୀକୁ ଆଧାର କାର୍ଡ ଦେଖାଇ ୧ଟଙ୍କାରେ ଗୋଟିଏ ଚାରା ଯୋଗାଇ ଦିଆଯାଇଛି। ଏହି ଚାରା ବଣ୍ଟନ କାର୍ଯ୍ୟକ୍ରମ ସାତ ଦିନ ଧରି ଚାଲୁ ରହିବ ବୋଲି ବନପାଳ ଶ୍ରୀ ନାଏକ ଏଠାରେ ପ୍ରକାଶ କରିଛନ୍ତି। ଅଁଳା, ଅମୃତଭଣ୍ଡା, ପିଜୁଳି, ଡାଳିମ୍ବ, ଆମ୍ବ, ଲେମ୍ବୁ, ଆତ, ବଉଳ, ସଜନା, କାଜୁ, ବେଲ, ପଣସ, ଚମ୍ପା, ହରିଡା, ବାହାଡା, ଶାଳ, ପିଆଶାଳ, ଶିଶୁ ଓ ଶାଗୁଆନ ଆଦି ୨୩ ପ୍ରକାର ଚାରା ଜନସାଧାରଣଙ୍କୁ ଗୋଟି ପ୍ରତି ୧ ଟଙ୍କାରେ ଯୋଗାଇ ଦିଆଯାଉଛି।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories