www.samajalive.in
Saturday, December 13, 2025
27.1 C
Bhubaneswar

ଆନ୍ଧ୍ର ସଡ଼କ ଦୁର୍ଘଟଣାରେ ଦୁଇ ଓଡ଼ିଆ ଶ୍ରମିକ ମୃତ

ପାତ୍ରପୁର: ପାତ୍ରପୁର ବ୍ଲକ ବରଙ୍ଗ ପଞ୍ଚାୟତର ଦୁଇ ଜଣ ଦାଦନ ଶ୍ରମିକଙ୍କର ଆନ୍ଧ୍ର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ଦୁଇ ଶ୍ରମିକ ହେଉଛନ୍ତି ବରଙ୍ଗ ପଞ୍ଚାୟତ ସନ୍ତୋଷପୁର ଗ୍ରାମର କେ ଡାରକେଶୁ(୨୨) ଏବଂ ଗୋପାଳପଲ୍ଲୀ ଗ୍ରାମର କେଶବ ରେଡ୍ଡୀଙ୍କ ପୁଅ କେ ଭିମୁଡୁ(୨୬)। ଗୋପାଳପଲ୍ଲୀ ଗ୍ରାମରେ ଦେଢ଼ ବର୍ଷ ପୂର୍ବେ ଗ୍ରାମ୍ୟ ଗଣ୍ଡଗୋଳକୁ ଦେଖି କେ ଭିମୁଡୁ ମାଆ ଭାଇଙ୍କ ସହିତ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିଲେ। ପରେ ଉଭୟେ ଆନ୍ଧ୍ର ପ୍ରଦେଶର ସିକନ୍ଦରାବାଦ ସହର ନିକଟସ୍ଥ ସାଙ୍ଗାରେଡ୍ଡୀ ଜିଲ୍ଲାର ଏକ ଘରୋଇ କମ୍ପାନୀରେ ଜଣେ ଠିକାଦାରଙ୍କ ଜରିଆରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।

ଶନିବାର ରାତିରେ ଦୁହେଁ କାମ ସାରି ଏକ ବାଇକ୍ ଯୋଗେ ରହୁଥିବା ଘରକୁ ଫେରୁଥିଲେ। ଏହି ସମୟରେ ବର୍ଷା ଲାଗି ରହିଥିବା ଯୋଗୁଁ କୌଣସି କାରଣରୁ ପଲୱଆଲ ପୁଲିସ ଥାନାଠାରୁ ଦୁଇ କିମି ଦୂରରେ ବାଇକ୍ ସହିତ କାର ଧକ୍କା ହୋଇଥିଲା। ଉଭୟେ ଦୁର୍ଘଟଣା ପରେ ରାସ୍ତା ଉପରେ ପଡ଼ି ରହିଥିବା ଦେଖି ସ୍ଥାନୀୟ ଲୋକମାନେ ଉଦ୍ଧାର କରିବା ସହ ନିକଟରେ ଥିବା ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣା ଖବର ଶୁଣି ସେହି ଅଞ୍ଚଳରେ କାମ କରୁଥିବା ବରଙ୍ଗ ଅଞ୍ଚଳର ବହୁ ଶ୍ରମିକ ଡାକ୍ତରଖାନାରେ ରାତିରେ ପହଞ୍ଚିଥିବା ବେଳେ ଆଜି ଗ୍ରାମରୁ ବହୁ ଲୋକ ସେଠାକୁ ଯାଇଛନ୍ତି। ସ୍ଥାନୀୟ ପୁଲିସ ପହଞ୍ଚି ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ମୃତଦେହ ଗାଁକୁ ଆଣି ସତ୍କାର କରାଯିବ ବୋଲି ସମ୍ପର୍କୀୟମାନେ ଜଣାଇଛନ୍ତି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories