www.samajalive.in
Friday, December 12, 2025
26.1 C
Bhubaneswar

ମର୍ମନ୍ତୁଦ ; ବସ୍‌‌ରେ ନିଆଁ ଲାଗି ୨୬ ଜୀବନ୍ତ ଦଗ୍ଧ

ମୁମ୍ବଇ: ମହାରାଷ୍ଟ୍ରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ବସ୍‌‌ରେ ନିଆଁ ଲାଗି ଯାଇ ୨୬ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମହାରାଷ୍ଟ୍ରର ବୁଲଦଣା ଜିଲାରେ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଏହି ଦୁର୍ଘଟଣା ନାଗପୁରରୁ ପୁଣେ ମଧ୍ୟରେ ସମୃଦ୍ଧି ଏକ୍ସପ୍ରେସୱେରେ ବିଳମ୍ବିତ ରାତି ପ୍ରାୟ ୧ଟା୩୦ରେ ଘଟିଛି।
ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣେ ଯାତ୍ରୀ କହିଛନ୍ତି, ବସ୍‌‌ର ଟାୟାର ଫାଟି ଯିବା ମାତ୍ରେ ବସରେ ନିଆଁ ଲାଗିଯାଇଥିଲା। କିଛି ମିନିଟ୍‌‌ ମଧ୍ୟରେ ସମ୍ପୂର୍ଣ୍ଣ ବସ୍‌‌ରେ ନିଆଁ ବ୍ୟାପି ଯାଇଥିଲା। ଅନେକ କଷ୍ଟରେ ସେ ଓ ଅନ୍ୟ ଜଣେ ଯାତ୍ରୀ ବସର ଝରକା କାଚ ଭାଙ୍ଗି ବାହାରକୁ ପଳାଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ବସଟି ସମ୍ପୂର୍ଣ୍ଣ ଜଳିଯାଇଥିଲା।
ଦୁର୍ଘଟଣା ସମୟରେ ବସ୍‌‌ରେ ପ୍ରାୟ ୩୩ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୨୬ ଜଣ ଜୀଅନ୍ତା ଜଳିଯାଇଥିଲେ। ଅନ୍ୟ ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, ବସ୍‌‌ରେ ନିଆଁ ଲାଗିବା ମାତ୍ରେ ବାମ ପଟକୁ ଓଲଟି ପଡିଥିଲା। ବସ୍‌‌ର କବାଟ ତଳକୁ ରହିଯାଇଥିଲା। ଫଳରେ ଯାତ୍ରୀମାନେ ଆଉ ବସରୁ ବାହାରକୁ ବାହାରିପାରି ନଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories