www.samajalive.in
Saturday, December 13, 2025
21.1 C
Bhubaneswar

କମଳା ପ୍ରକାଶିନୀ ଦ୍ଵାରା ପୁସ୍ତକ ଉପହାର କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳର ଏକମାତ୍ର ପୁସ୍ତକ ପ୍ରକାଶକ ଏବଂ ବିକ୍ରେତା ଭାବରେ କମଳା ପ୍ରକସିନି ପୁସ୍ତକ ପ୍ରକାଶନ ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରୁଅଛି। ନିକଟରେ ପବିତ୍ର ବାହୁଡା଼ ଯାତ୍ରା ଅବସରରେ ଅନୁଷ୍ଠାନ ଏକ ଅଭିନବ କାର୍ଯ୍ୟକ୍ରମ କରିଥିଲା। ନିଜ ଖର୍ଚ୍ଚରେ ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ, ଜଗନ୍ନାଥ ଜଣାଣ, ଜଗନ୍ନାଥ କଥାମ୍ବୃତ ଆଦି କିଣି ଆଣି ଫୁଲବାଣୀର ବାହୁଡା ରଥ ପଥରେ ଭକ୍ତ ମାନଙ୍କୁ ଅନ୍ୟୁନ ଏକ ହଜାର ପୁସ୍ତକ ଉପହାର ଦେଇଥିଲା। ଏହି ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଲେଖକ ସାମ୍ମୁଖ୍ୟର ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ର, କବି ଓ ସାମ୍ବାଦିକ ରଞ୍ଜନ ପ୍ରଧାନ, ସରକାରୀ ପି ପି ଅଶୋକ କୁମାର ବେହେରା, ପ୍ରଫୁଲ୍ଲ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ଡଃ ନୃସିଂହ ନନ୍ଦ ମହାପାତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ମନୋଜ କୁମାର ଖାଡଙ୍ଗା କୋଷାଧ୍ୟକ୍ଷ ଶ୍ରୀମତୀ ଜୟଲକ୍ଷ୍ମୀ ମହାପାତ୍ର, ଉପସଭାପତି ଦୁର୍ଯ୍ୟୋଧନ ପ୍ରଧାନ, ଭି ପି ସିଂ, ସମାଜ ସେବୀ ଅଶୋକ ପରିଡ଼ା, ପ୍ରଶାନ୍ତ ବେହେରା, ଆଦିତ୍ୟ ତ୍ରିପାଠୀ, ସଦାଶିବ ପାତ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ସଭାପତି ରାମକୃଷ୍ଣ ବେହେରା ଧନ୍ୟବାଦ ଦେଇଥିଲେ। ଏଥି ସହିତ ପୁରୀର ମହାପ୍ରସାଦ ମଧ୍ୟ ବଣ୍ଟନ କରାଯାଇଥିଲା। ବହୁ ଶ୍ରଦ୍ଧାଳୁ ପ୍ରସାଦ ସେବନ କରି ଓ ଉପହାର ପୁସ୍ତକ ଗ୍ରହଣ କରି ଖୁସି ଅନୁଭବ କରୁଥିବାର ଦେଖାଯାଉଥିଲା।

Hot this week

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

Related Articles

Popular Categories