www.samajalive.in
Friday, December 12, 2025
17.1 C
Bhubaneswar

ରେଳବାଇ ଆୟୁକ୍ତଙ୍କ ନୂତନ ରେଳ ଧାରଣା କାର୍ଯ୍ୟ ନିରୀକ୍ଷଣ

ସମ୍ବଲପୁର: ସମ୍ବଲପୁର ମଣ୍ଡଳ ଅର୍ନ୍ତଗତ ଝାରତରଭା – ଖମ୍ବେଶ୍ୱରପାଲି ନୂତନ ରେଳ ଧାରଣା କାର୍ଯ୍ୟକୁ ଦକ୍ଷିଣ ପୂର୍ବ ସାର୍କିଲର ରେଳ ନିରାପତ୍ତା ଆୟୁକ୍ତ ଏ.ଏମ. ଚୌଧୁରୀ ନିରୀକ୍ଷଣ କରିଛନ୍ତି। ଖୋର୍ଦ୍ଧା ରୋଡ – ବଲାଙ୍ଗୀର ନୂତନ ଲାଇନ ପ୍ରକଳ୍ପର ଏହି ଷ୍ଟେସନ ଗୁଡିକ ମଧ୍ୟରେ ନୂତନ ଲାଇନ କାର୍ଯ୍ୟ ସହିତ ଓଭିରହେଡ ଉପକରଣ, ରେଳ ଧାରଣା, ପୋଲ ସଙ୍କେତ ଓ ଦୂର ସଞ୍ଚାର, ଉପକରଣ ଆଦି ନିରୀକ୍ଷଣ ନିରାପତ୍ତା ଆୟୁକ୍ତ ଶ୍ରୀ ଚୌଧୁରୀ କରିଛନ୍ତି। ଏହି ଅବସରରେ ଝାରତରଭା ରୁ ଖମ୍ବେଶ୍ୱରପାଲି ମଧ୍ୟରେ ସ୍ପିଡ ଟ୍ରାଏଲ ମଧ୍ୟ କରାଯାଇଥିଲା।

ମଣ୍ଡଳର ଏହି ରେଳ ସେକ୍ସନ ମଧ୍ୟରେ ନୂତନ ଲାଇନ ଓ ବିଦ୍ୟୁତୀକରଣ କାର୍ଯ୍ୟ ପରେ ରେଳ ପରିଚାଳନା ସୁଗମ ହୋଇପାରିବ। ମଣ୍ଡଳ ପ୍ରବନ୍ଧକ ସମ୍ବଲପୁର ବିନୀତ ସିଂ, ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ପି. ଶ୍ରୀନିବାସ, ପୂର୍ବତଟ ମୁଖ୍ୟାଳୟ ଓ ସମ୍ବଲପୁର ରେଳ ମଣ୍ଡଳର ବରିଷ୍ଠ ଅଧିକାରୀ ମାନେ ନିରୀକ୍ଷନ ସମୟରେ ଉପସ୍ଥିତ ରହିଥିଲେ।

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories