ସମ୍ବଲପୁର: ସମ୍ବଲପୁର ଜିଲା ପ୍ରଶାସନ ଜରିଆରେ ରାଷ୍ଟ୍ରପତିଙ୍କୁ ଭୀମ ଆର୍ମି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗୁରୁବାର ଭୀମ ଆର୍ମିର ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କ ଜରିଆରେ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ଆଜାଦ ପାର୍ଟି ତଥା ସଂସ୍ଥାର ମୁଖ୍ୟଙ୍କୁ ସୁରକ୍ଷା ପ୍ରଦାନ କରାଯିବା ସହିତ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତ ମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଆଜାଦ ପାର୍ଟି ତଥା ଭୀମ ଆର୍ମିର ମୁଖ୍ୟଙ୍କ ଉପରେ ଅଜ୍ଞାତ ଆକ୍ରମଣକାରୀ ମାନେ ଉତ୍ତର ପ୍ରଦେଶର ସହାରନପୁର ଠାରେ ଆକ୍ରମଣ କରିଥିଲେ। ତାଙ୍କ ଉପରେ ୪ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥି ପାଇଁ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିଥିଲେ। ଏଣୁ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଦଳର ମୁଖ୍ୟଙ୍କ ସୁରକ୍ଷା ପାଇଁ ସାରା ଦେଶରେ ଦାବି କରାଯାଉଥିବା କ୍ରମରେ ସମ୍ବଲପୁର ଠାରେ ଆଜି ଏହି ଦାବିପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି।
Popular Categories



