ବର୍ବରକାଣ୍ଡ; ଦୁଇ ଜଣଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମାରେ ପୁଣି ନକ୍ସଲଙ୍କ ଉନ୍ମତ୍ତକାଣ୍ଡ ଦେଖାଯାଇଛି। ଦୁଇ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଗାଁ ମୁଣ୍ଡରେ ପକାଇ ଦେଇଛନ୍ତି ନକ୍ସଲ। ମୃତକଙ୍କ ମଧ୍ୟରେ ଜଣେ ନାଏବ ସରପଞ୍ଚ ଓ ଅନ୍ୟ ଜଣେ ଗ୍ରାମବାସୀ।
ସୂଚନାନୁଯାୟୀ, ପ୍ରାୟ ୧୦ ଦିନ ତଳେ ନକ୍ସଲ ନାଏବ ସରପଞ୍ଚଙ୍କ ସହ ଅନ୍ୟ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲେ। ଗତକାଲି ୨ ଜଣଙ୍କୁ ହତ୍ୟା କରିଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ତଲାସି ଅଭିଯାନ ଜାରି ରଖିଛି।

Comments are closed.