ଦାନ୍ତ ଚିକିତ୍ସା ବେଳେ ଓଠ କାଟିଦେବାରୁ ୬୦ ହଜାର ଟଙ୍କା ଦେବେ ଦାନ୍ତଡାକ୍ତର

ବେଙ୍ଗାଲୁରୁ – ଦାନ୍ତ ଚିକିତ୍ସା କରୁଥିବା ବେଳେ ଜଣେ ମହିଳାଙ୍କର ଉପର ଓଠ କାଟି ଦେବାରୁ ଦାନ୍ତ ଡାକ୍ତର ୬୦ ହଜାର ଟଙ୍କା ଜରିମାନା ଦେବେ । ମହିଳା ଜଣଙ୍କ ଦାନ୍ତ ଡାକ୍ତରଙ୍କ ଠାରୁ ୩୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦାବି କରିଥିଲେ । ଅର୍ଥୋଡେଣ୍ଟିକ୍‌ ଚିକିତ୍ସା କରୁଥିବା ବେଳେ ଡାକ୍ତର ଭୁଲ୍‌ବଶତଃ ମହିଳାଙ୍କର ଉପର ଓଠକୁ କାଟି ଦେଇଥିଲେ ।

prayash

୨୦୨୦ ମସିହାରେ ଏହି ଘଟଣା ଘଟିଥିଲା । ଏହାପରେ ମହିଳା ଜଣଙ୍କର ଓଠକୁ ୫ ଥର ଅସ୍ତ୍ରୋପଚାର ସହ ପ୍ଲାଷ୍ଟିକ୍‌ ସର୍ଜରୀ କରିବା ପାଇଁ ପଡିଥିଲା । ଏହାପରେ ସେ ଡାକ୍ତରଙ୍କ ନାମରେ ମାମଲା ରୁଜୁ କରି ତାଙ୍କ ଠାରୁ ୩୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି କରିଥିଲେ ।

ପରେ ଅଦାଲତରେ ଏହାର ଶୁଣାଣୀ ହୋଇଥିଲା ।ଅଦାଲତ ଡାକ୍ତରଙ୍କୁ ୬୦ ହଜାର ଟଙ୍କା କ୍ଷତି ପୂରଣ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।

Comments are closed.