ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ସାମାଜିକ ଗଣମାଧ୍ୟମରେ ତାଙ୍କ ଦଳର ଚିତ୍ରକୁ ଖରାପ କରାଯାଉଥିବା ଅଭିଯୋଗ କରିଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଅଖିଳେଶ ଯୋଗ ଦେଇ ବିଜେପି, ସାମାଜିକ ଗଣମାଧ୍ୟମରେ କିପରି ନକରାତ୍ମକ ପ୍ରଚାର କରୁଛି ତାହା କହିଛନ୍ତି। ଏହାବ୍ୟତୀତ ସେ କହିଛନ୍ତି, ବିଜେପି ଲୋକସଭା ନିର୍ବାଚନ ସମୟରେ ଇଣ୍ଟରନେଟ ସ୍ପିଡ ମନ୍ଥର କରିବାର ଯୋଜନା କରୁଛି।
ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ ଇଙ୍ଗିତ କରି ଅଖିଳେଶ କହିଥିଲେ ଯେ କିପରି ଏକ ଦଳର ଅଧ୍ୟକ୍ଷ ନିଜ ନାମରେ ଥିବା ଅପବାଦକୁ ଚପାଇ ଦେଇ ଭାବମୂର୍ତ୍ତିକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି। ପୂର୍ବରୁ ନିଜ ପରିବାରକୁ ନେଇ ପ୍ରକାଶ ପାଉଥିବା ମିଥ୍ୟା ଖବର ନିଜକୁ ଖରାପ ଲାଗୁଥିଲା। କିନ୍ତୁ ବର୍ତ୍ତମାନ ସେ ସେଥିପ୍ରତି ଦୃଷ୍ଟିଦେବା ବନ୍ଦ କରିଦେଇଛି ବୋଲି ଅଖିଳେଶ କହିଛନ୍ତି।
ଲୋକସଭା ନିର୍ବାଚନ ସମୟରେ ବିଜେପି ଇଣ୍ଟରନେଟ ସ୍ପିଡ ମନ୍ଥର କରିବ : ଅଖିଳେଶ
Popular Categories



