ବିଶ୍ୱରେ ଭାରତ ଏହି ଜିନିଷ ପାଇଁ ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା – ପ୍ରଥମ ସ୍ଥାନରେ ରହିଛି..

ନୂଆଦିଲ୍ଲୀ – ସାରା ବିଶ୍ୱରେ ଏବେ ଭାରତ ବିଭିନ୍ନ ଜିନିଷ ପାଇଁ ଆଗରେ ରହିଛି । ବିଭିନ୍ନ କ୍ଷେତ୍ରରେ ଭାରତ ଅଗ୍ରଗତି କରିଛି । ସଡକ ଯୋଗାଯୋଗ କ୍ଷେତ୍ରରେ ଦେଶ ଅଗ୍ରଗତି କରିଛି । ଆମେରିକା ପରେ ଏବେ ଭାରତରେ ସାରା ବିଶ୍ୱରେ ସବୁଠାରୁ ଅଧିକ ରାସ୍ତା ରହିଥିବା ସରକାରୀ ଭାବେ ସୂଚନା ଦିଆଯାଇଛି । କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତନ ଗଡକରୀ ଏହି ସୂଚନା ଦେଇଛନ୍ତି ।

prayash

୨୦୧୩-୧୪ରେ ଭାରତରେ ୯୧,୨୮୭ କିଲୋମିଟର ରାସ୍ତା ନେଟଓ୍ୱର୍କ ଥିବା ବେଳେ ଏବେ ଏହା ୧,୪୫,୨୪୦ କିଲୋମିଟରରେ ପହଞ୍ଚିଛି । ଏନ୍‌ଏଚ୍‌ଏଆଇ ଦ୍ୱାରା ଭାରତରେ ସର୍ବାଧିକ ରାସ୍ତାନିର୍ମାଣ କରାଯାଇଛି ।

ଏନ୍‌ଏଚ୍‌ଏଆଇ ନାମରେ ୭ଟି ବିଶ୍ୱ ରେର୍କଡ ରହିଛି। ୧୦୦ ଘଣ୍ଟା ମଧ୍ୟରେ ୧୦୦ କିଲୋମିଟର ରାସ୍ତା ତିଆରି କରାଯାଇଛି । ଅମରାବତୀ ଏବଂ ଅକୋଲା ମଧ୍ୟରେ ୭୫ କିଲୋମିଟକ ସିଙ୍ଗିଲ୍ ବିଟୁମିନସ୍‌ ରୋଡ୍‌ ନିର୍ମାଣ କରାଯାଇଛି ।

Comments are closed.