ପୁରୀ: ପୁରୀ ଜିଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୭୫ ଗ୍ରାମ ହେରୋଇନ ଜବତ କରାଯାଇଛି ଏବଂ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଆଜି ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ କୋର୍ଡ ଚାଲାଣ କରିଥିବା ସୂଚନା ଦିଆଯାଇଛି।
ପୁରୀ ଜିଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଜିଲା ସଦର ରେଞ୍ଜର ନିରୀକ୍ଷକା ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ଥାନା ଅଧୀନ ବୀର ଗୋବିନ୍ଦପୁର ସ୍ଥିତ ଦକ୍ଷିଣ କାଳି ମନ୍ଦିର ଅଞ୍ଚଳରେ ଚଢ଼ାଉକରିଥିଲା। ଏହି ଅବସରରେ ଚହଟା ଗ୍ରାମର ଜୀବନ ଦୀକ୍ଷିତଙ୍କଠାରୁ ୭୫ ଗ୍ରାମହେରୋଇନ ଜବତ କରିଥିଲା। ଜିଲା ସଦର ରେଞ୍ଜ କେସ ନଂ -୩୧/୨୩-୨୪ରୁଜୁ ସହ ଅଭିଯୁକ୍ତ ଜୀବନ ଦୀକ୍ଷିତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଆଜି ତାଙ୍କୁ ପୁରୀ କାରାଗାରକୁ ପଠାଇଦିଆଯାଇଛି। ଜବତ ହେରୋଇନର ମୂଲ୍ୟ ପ୍ରାୟ ୭,୫୦,୦୦୦/-ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ରଙ୍କନିଧି ମଲ୍ଲିକ, ଏଏସଇ ସନ୍ତୋଷ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ କର୍ମଚାରୀ ଶେଖ୍ ୱାରିଶ, ପ୍ରବୀଣ ବିରାଜ କୀରୋ, ଫିରୋଜ ମହାନଦୀଆ, ସଞ୍ଜୀବ ହସ୍ତି, ସ୍ୱାଗତିକା ଘଡେ଼ଇ, ପ୍ରଦୀପ ମଲ୍ଲିକ ପ୍ରମୁଖ ସାମିଲ ଥିଲେ।



