ଅଣଗେଜେଟେଡ୍‌ ବନ ସେବା ସଂଘ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର  

ଭବାନୀପାଟଣା : ଓଡ଼ିଶା ଅଣଗେଜେଟେଡ୍‌ ବନସେବା ସଂଘ ତରଫରୁ ମଙ୍ଗଳବାର ୫ ଦଫା ସମ୍ବଳିତ ଦାବିପତ୍ର କଳାହାଣ୍ଡି ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଓଡ଼ିଶା ସରକାର ଗତ ୨୦୦୮ ମସିହାରେ ୫୦ଗୋଟି ସ୍ଥାନରେ ସ୍ୱତନ୍ତ୍ର ଷ୍ଟ୍ରାଇକିଙ୍ଗ ଫୋର୍ସ ଗଠନ କରିବା ପାଇଁ ଘୋଷଣା କରିଥିଲେ ମଧ୍ୟ ଏହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। ବର୍ତମାନ ଜଣେ ବିଟ୍ ଗାର୍ଡ଼ ବା ସେକ୍ସନ ଫରେଷ୍ଟର ଜଙ୍ଗଲ, ବନ୍ୟଜନ୍ତୁ, ନିଆଁ ସୁରକ୍ଷା ସହିତ ବୃକ୍ଷରୋପଣ, ନର୍ସରୀ, ଅପରେସନ, ନିର୍ମାଣ କାର୍ଯ୍ୟ ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରିବା ସହିତ ଅନ୍ୟାନ୍ୟ ଅଫିସ କାମର ବୋଝ ଦିନକୁ ଦିନ ବୃଦ୍ଧି ପାଉଛି।

prayash

ଅନ୍ୟପଟେ ହାତୀ ତଥା ବନ୍ୟଜନ୍ତୁ ଉପଦ୍ରବ ଅଞ୍ଚଳ ଏବଂ ଘଞ୍ଚ ଜଙ୍ଗଲ ଥିବା ଡିଭିଜନଗୁଡ଼ିକରେ ବନ୍ୟଜନ୍ତୁଙ୍କୁ ଅନୁସରଣ କରି ସୁରକ୍ଷା କରିବା ଅସମ୍ଭବ ହୋଇପଡ଼ିଛି। ବନ୍ୟଜନ୍ତୁମାନଙ୍କର ଯେକୌଣସି ପ୍ରକାର ମୃତ୍ୟୁ ହେଲେ ଫରେଷ୍ଟଗାର୍ଡ଼, ଫରେଷ୍ଟରମାନଙ୍କୁ ଦୋଷାରୋପ କରି କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ଯାହାକି ଦୁର୍ଭାଗ୍ୟଜନକ। ଏଣୁ ତୁରନ୍ତ ଟେରିଟୋରିଆଲ ଓ ବନ୍ୟପ୍ରାଣୀ ଡିଭିଜନମାନଙ୍କରେ ସ୍ୱତନ୍ତ୍ର ଷ୍ଟ୍ରାଇକିଙ୍ଗ ଫୋର୍ସ ଗଠନ କରିବା ସହିତ ତାର ନେତୃତ୍ୱ ଓ ପରିଚାଳନା ଦାୟିତ୍ବ ସଂପୃକ୍ତ ଡିଭିଜନମାନଙ୍କର ଏସସିଏଫଙ୍କୁ ଦିଆଯାଉ। ପ୍ରତ୍ୟେକ ଏସସିଏଫ ଅଧିନରେ ଜଣେ ରେଞ୍ଜର, ୨ ଜଣ ତେପୁଟିରେଞ୍ଜର, ୬ ଜଣ ଫରେଷ୍ଟର ଓ ୧୦ ଜଣ ଫରେଷ୍ଟଗାର୍ଡ଼, ୨ ଜଣେ ଡ୍ରାଇଭରଙ୍କୁ ସାମିଲ କରି ସମସ୍ତ ଟିମ୍ ମେମ୍ବରଙ୍କୁ ସତନ୍ତ୍ର ତାଲିମ ପ୍ରଦାନ କରାଯିବା ଯାଉ, ପ୍ରତ୍ୟେକ ଟିସ୍‌ର ବନ ଅଧିକାରୀଙ୍କୁ ଫାୟାରିଂ କ୍ଷମତା ପ୍ରଦାନ କରିବା ସହ ରିଭଲଭର ଯୋଗାଇ ଦିଆଯିବା, ପ୍ରତ୍ୟେକ ଟିମ୍ ପାଇଁ ଭି.ଏଚ୍ ଏଫ୍. ବ୍ୟବସ୍ଥିତ ଓ ପାସେଞ୍ଜର ମଡେଲ ୪୦୭ ଭ୍ୟାନ୍ ଯୋଗାଇଦେବା, ଡ୍ରୋନ୍ କ୍ୟାମେରା, ଟ୍ରାଙ୍କୁଲାଇଜିଙ୍ଗ୍ ସେଟ୍, ତେଲ ଖର୍ଚ୍ଚ ସହ ଆନୁସଙ୍ଗିକ ଦ୍ରବ୍ୟ ଯୋଗାଇ ଦେବା, ପ୍ରୋତ୍ସାହନ ସ୍ବରୂପ ଟିମ୍‌ର କର୍ମଚାରୀଙ୍କୁ ମୂଳ ଦରମାର ୧୦% ସ୍ବତନ୍ତ୍ର ଭତ୍ତା ଆକାରରେ ପ୍ରଦାନ କରିବା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ୱେଲଫେଆର ଫଣ୍ଡ ଗଠନ, ସର୍କଲ ପୁନର୍ଗଠନ ଯଥା ବଲାଙ୍ଗୀର, ଫୁଲବାଣୀ, କଟକ ଓ କେନ୍ଦୁଝରଠାରେ ୪ଗୋଟି ନୂତନ ଫରେଷ୍ଟ ସର୍କଲ ପ୍ରତିଷ୍ଠା କରି, ବର୍ତ୍ତମାନର ଆଠ ଗୋଟି ସର୍କଲ ପରିବର୍ତ୍ତେ ଓଡ଼ିଶାରେ ୧୨ ଗୋଟି ଇଣ୍ଟିଗ୍ରେଟେଡ୍ ସର୍କଲ ପ୍ରତିଷ୍ଠା କରାଯିବା ଆଦି ଦାବି ଉଲ୍ଲେଖ ରହିଛି। ଓଡ଼ିଶା ଅଣଗେଜେଟେଡ୍ ବନ ସେବା ସଂଘର ଉପସଭାପତି ଭବାନୀ ଶଙ୍କର ପରିଛା, କଳାହାଣ୍ଡି ଜୋନ ସଭାପତି ଭି.ଭି .ଜାକା ତାଣ୍ଡି, ସମ୍ପାଦକ ବିଘ୍ନ ରାଜ ପୋଢ, କୋଷାଧ୍ୟକ୍ଷ ବ୍ରଜ ସୁନ୍ଦର ବେହେରା ଏବଂ ରାଜ୍ୟ କୋର କମିଟି ସଦସ୍ୟ ଅଶୋକ ରଂଜନ କରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ କଳାହାଣ୍ଡି ଜିଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

Comments are closed.