www.samajalive.in
Friday, December 5, 2025
17.1 C
Bhubaneswar

ରୋଗୀ ଅପେକ୍ଷାରେ ଶଯ୍ୟା, ଅନେକ ବିଭାଗରେ ପଡିଛି ତାଲା

କଳାପଥର : ବାଙ୍କୀ କଟକ ଜିଲ୍ଲାର ଏକ ପ୍ରମୁଖ ଉପଖଣ୍ଡ ହୋଇଥିଲା ବେଳେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଇଥିଲାକିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ନାହିଁ ନାହିଁରେ ଚାଲିଛି ଏହି ସରକାରୀ ଅନୁଷ୍ଠାନଟିବାଙ୍କୀ ଉପଖଣ୍ଡ ବ୍ୟତୀତ ଆଖପାଖ ଅଞ୍ଚଳର ପ୍ରାୟ ୫୦ହଜାରରୁ ଅଧିକ ଜନସାଧାରଣ ମୁଖ୍ୟତଃ ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ବେଳେ ଏହି ଚିକିତ୍ସାଳୟ ସେବା ଯୋଗାଇବାରେ ଫେଲ୍ ମାରିଛିନିୟମିତ ଭାବେ କାର୍ଯ୍ୟରତ ଥିବା ଡାକ୍ତରମାନେ ବିଳମ୍ବରେ ଆସୁଥିବାରୁ ରୋଗୀ ମାନେ ବାହାରେ ଅପେକ୍ଷା କରି କଲବଲ ହେଉଥିବା ବାରମ୍ବାର ଅଭିଯୋଗ ହେଉଛିମେଡିସିନ୍ ରିପ୍ରେଜେଣ୍ଟିଭ୍ ଏବଂ ପାଥୋଲାବ୍ ଦଣ୍ଡିଆମାନଙ୍କ ପାଦୁର୍ଭାବ ଚିକିତ୍ସାଳୟ ପରିସର ମଧ୍ୟରେ ବଢ଼ୁଥିବା ବେଳେ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ଶୂନ ପରି ମନେହୁଏକର୍ତ୍ତୃପକ୍ଷଙ୍କ ତରଫରୁ ନାମକୁ ମାତ୍ର ପୂର୍ବରୁ ବାରଣ ସଦୃଶ ଏକ କାଗଜ ଛପାଯାଇ କାନ୍ଥରେ ମରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁମେଜର ଓଟି କାର୍ଯ୍ୟକ୍ଷମ ଥିବା ବେଳେ ଆନେସ୍ଥେସିଆ ଡାକ୍ତର ନଥିବା ହେତୁ କୌଣସି ପ୍ରକାର ଅସ୍ତ୍ରୋପ୍ରଚାର ହେଉନଥିବା ଜଣାଯାଇଛିଫଳରେ ଯନ୍ତ୍ରାଂଶଗୁଡ଼ିକ ଖତ ଖାଇବାକୁ ବସିଥିବା ଦେଖାଯାଇଛିବାଙ୍କୀ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ୯୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ଶଯ୍ୟା ଗୁଡିକ ଖାଲି ପଡୁଥିବା ଦେଖିବାକୁ ମିଳୁଛିଡାକ୍ତର ଅଭାବଜନିତ ସମସ୍ୟା ଚିକିତ୍ସାଳୟଟିରେ ଦେଖିବାକୁ ମିଳୁଥିବା ବେଳେ ସରକାରୀ କାଗଜ କଲମରେ ଡାକ୍ତର ପୂରଣ ହୋଇଥିବା ସୂଚନା ମିଳିଛି

ପ୍ରାପ୍ତ ସୂଚନା ଅନୁଯାୟୀ ୧୪ଗୋଟି ପୋଷ୍ଟ ଏଠାରେ ରହିଥିବା ବେଳେ ଡାକ୍ତର ଅଭାବ ଦେଖାଦେଇଛିସୂଚନା ଥାଉକି ସବ୍ଡ଼ିଭିଜନ୍ ହସ୍ପିଟାଲରେ ଚିକିତ୍ସା ସେବା ବ୍ୟାହତ ହେଉଥିବା ବେଳେ ଦୁଇ ବର୍ଷରୁ ଉଦ୍ଧ୍ୱର୍ ହେବ ବାଙ୍କୀ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ଜଣେ ଡାକ୍ତରଙ୍କୁ କଳାପଥର ଡାକ୍ତରଖାନାକୁ ଡେପୁଟେସନରେ ପଠାଯାଇଅଛିଏକ ସବଡିଭିଜନସ୍ତରୀୟ ମେଡିକାଲରେ ଜଣେ ଭେଷଜ ଡାକ୍ତର ନରହିବା ଏକ ଦୁର୍ଭାଗ୍ୟଜନକ ବିଷୟ ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories