www.samajalive.in
Saturday, December 13, 2025
26.1 C
Bhubaneswar

ପଶ୍ଚିମବଙ୍ଗରେ ଦୁଇ ମାଲ୍‌ବାହୀ ଟ୍ରେନ୍ ପରସ୍ପର ଧକ୍କା: ଓଲଟିଲା ଇଞ୍ଜିନ, ଦେଖନ୍ତୁ ଭିଡିଓ

କଲକାତା: ପଶ୍ଚିମବଙ୍ଗର ବାଙ୍କୁରାରେ ରବିବାର ସକାଳୁ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଓଣ୍ଡା ରେଳ ଷ୍ଟେସନ ନିକଟରେ ଦୁଇଟି ମାଲ୍‌ବାହୀ ଟ୍ରେନ୍ ପରସ୍ପର ସହ ଧକ୍କା ହୋଇଛି। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, ଉଭୟ ଟ୍ରେନର ଇଞ୍ଜିନ କେବଳ ଲାଇନଚ୍ୟୁତ ହୋଇ ନଥିଲା ବରଂ ଘଟଣାସ୍ଥଳରେ ଓଲଟି ପଡ଼ିଥିଲା। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ରେଳ ଧାରଣା ଏବଂ ମାଲବାହୀ ଟ୍ରେନର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଏହି ଘଟଣା ପରେ ଖଡ଼ଗପୁର-ବାଙ୍କୁରା-ଆଦ୍ରା ରେଳ ଲାଇନକୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଘଟଣାର କ୍ଷୟକ୍ଷତି ଏବଂ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ।


ଦୁର୍ଘଟଣା ପରେ ଖଡ଼ଗପୁର-ଆଦ୍ରା ମଧ୍ୟ​‌ରେ ଚଳାଚଳ କରୁଥିବା ୧୪ଟି ଟ୍ରେନ୍‌ ବାତିଲ କରାଯାଇଛି। ଏଥିସହ ୩ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ଦୁଇଟିର ଷ୍ଟେସନ ବଦଳାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories