www.samajalive.in
Friday, December 12, 2025
14.1 C
Bhubaneswar

ନିର୍ଦ୍ଧାରିତ ସମୟର ଦୁଇ ଘଣ୍ଟା ପୂର୍ବରୁ ବନ୍ଦ ହେବ ସନ୍ଧ୍ୟା ଦର୍ଶନ

ପୁରୀ: ଆଗାମୀ ୨୭ ତାରିଖ ମଙ୍ଗଳବାର ନବମୀ ସନ୍ଧ୍ୟା ଦର୍ଶନ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅପରାହ୍ଣ ୫ଟାରୁ ବନ୍ଦ ହେବ। ପରଦିନ ବାହୁଡ଼ା ଯାତ୍ରା ଥିବାରୁ ମହାପ୍ରଭୁଙ୍କୁ ପ୍ରସ୍ତୁତ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ଶ୍ରୀଜୀଉଙ୍କ ନବମୀ ସନ୍ଧ୍ୟା ଦର୍ଶନ ପାଇଁ ପ୍ରତ୍ୟେକ ବର୍ଷ ଭକ୍ତଙ୍କ ପ୍ରବଳ ଭିଡ ହୋଇଥାଏ। ଚଳିତ ବର୍ଷ ନିର୍ଦ୍ଧାରିତ ସମୟର ଦୁଇ ଘଣ୍ଟା ପୂର୍ବରୁ ସନ୍ଧ୍ୟା ଦର୍ଶନ ବନ୍ଦ ହେବ। ସର୍ବସାଧାରଣ ଦର୍ଶନ ବନ୍ଦ ପରେ ମନ୍ଦିର ଶୋଧ କରାଯିବ। ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ଅନୁଷ୍ଠିତ ହେବ। ରାହାସକୁ ଦିଅଁ ବିଜେ କରିବେ। ମଇଲମ ଓ ଚନ୍ଦନଲାଗି କରାଯିବ। ଏହାପରେ ବଡସିଂହାର ବେଶ, ବଡସିଂହାର ଭୋଗ ଏବଂ ପହୁଡ଼ ଆଳତି କରାଯିବ। ଦଇତାପତି ଶ୍ରୀମୁଖ ଖଣ୍ଡୁଆ ଓ ବାହୁଟକଣ୍ଟ ନୀତି କରିବେ। ଶ୍ରୀଜୀଉଙ୍କ ବାହୁଡା ପହଣ୍ଡି ପାଇଁ ଆଡ଼ପ ମଣ୍ଡପରେ କୋଠ ସୁଆଁଶିଆଙ୍କ ଦ୍ୱାରା ଚାରମାଳ ବନ୍ଧାଯିବ। ବାହୁଡ଼ା ଯାତ୍ରା ନୀତିକାନ୍ତି ସଅଳ କରିବା ପାଇଁ ନିର୍ଦ୍ଧାରିତ ସମୟର ଦୁଇଘଣ୍ଟା ପୂର୍ବରୁ ଶ୍ରୀଜୀଉଙ୍କ ନବମୀ ସନ୍ଧ୍ୟା ଦର୍ଶନ ବନ୍ଦ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

Hot this week

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

Related Articles

Popular Categories