www.samajalive.in
Sunday, December 14, 2025
26.1 C
Bhubaneswar

ହେରାପଞ୍ଚମୀରେ ରଥ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ

ଆଠଗଡ: ପବିତ୍ର ହେରାପଞ୍ଚମୀ ତିଥିରେ ପରମ୍ପରା ଆଧାରରେ ଆଜି (ଶନିବାର) ଅଭିମାନିନୀ ମହାଲକ୍ଷ୍ମୀ ଅଟ୍ଟାଳି ଜଗନ୍ନାଥଙ୍କ ରଥ ଭାଙ୍ଗି ମନ୍ଦିରକୁ ଫେରିଛନ୍ତି। ମହାଲକ୍ଷ୍ମୀଙ୍କୁ ସାଥିରେ ନନେଇ ବଡଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଶ୍ରୀ ଜଗନ୍ନାଥ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା କରିଥିବାରୁ ରାଗ ଓ ଅଭିମାନ ଜର୍ଜରିତ ଶନିବାର ରାତିରେ ଗୁଣ୍ଡିଚାଘରକୁ ଯାଇ ଜଗନ୍ନାଥଙ୍କୁ ଭେଟି ଫେରିବା ବେଳେ ରଥ ଭାଙ୍ଗିଥିଲେ। ଅଟ୍ଟାଳି ଜଗନ୍ନାଥ ମନ୍ଦିରରୁ ଏକ ସୁସଜ୍ଜିତ ବିମାନରେ ବିରାଜମାନ ହୋଇ ଭବ୍ୟ ଶୋଭାଯାତ୍ରାରେ ଯଜ୍ଞନାରାୟଣ ମନ୍ଦିରସ୍ଥିତ ଗୁଣ୍ଡିଚା ଘରକୁ ଆସିଥିଲେ। ସେଠାରେ ପାରମ୍ପରିକ ପୂଜାର୍ଚ୍ଚନା ଓ ଲକ୍ଷ୍ମୀ ନାରାୟଣ ଭେଟ ନୀତି ସମ୍ପନ୍ନ ହୋଇଥିଲା।

ସ୍ୱମନ୍ଦିର ଫେରିବା ବାଟରେ ମହାଲକ୍ଷ୍ମୀ ଶ୍ରୀ ଜଗନ୍ନାଥଙ୍କ ରଥର ଗୋଟିଏ ଚକ ଭାଙ୍ଗିଥିଲେ ।ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ଏହିସବୁ ନୀତିକାନ୍ତି ସମ୍ପନ୍ନ କରିଥିବାବେଳେ ତାଙ୍କୁ ଏଥିରେ ବଡପଣ୍ଡା ଶରତ କୁମାର ପଣ୍ଡା ଓ ସୁଶାନ୍ତ କୁମାର ପଣ୍ଡାଙ୍କ ସମେତ ଅନ୍ଯ ସେବାୟତ ସହଯୋଗ କରିଥିଲେ । ଏହି ଅପୂର୍ବ ଲକ୍ଷ୍ମୀନାରାୟଣ ଭେଟ ଓ ରଥ ଭଙ୍ଗା ନୀତି ଦେଖିବାକୁ ବହୁ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଦେବୋତ୍ତର ସହକାରୀ ନିର୍ବାହୀ ଅଧିକାରୀ ତଥା ତହସିଲଦାର ପ୍ରିୟବ୍ରତ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ପରିଚାଳନା କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories