www.samajalive.in
Sunday, December 14, 2025
14.1 C
Bhubaneswar

୨୦୨୪ରେ ବିଜେପି ୩୦୦ରୁ ଅଧିକ ଆସନ ଜିତିବ : ଶାହ

ନୂଆଦିଲ୍ଲୀ : ବିଜେପିକୁ ୨୦୨୪ ଲୋକସଭା ନିର୍ବାଚନରେ ପରାସ୍ତ କରିବା ନିମନ୍ତେ ରଣରୀତି ପ୍ରସ୍ତୁତ ପାଇଁ ଏକାଧିକ ବିରୋଧୀ ଦଳ ବିହାରର ପାଟନାରେ ଶୁକ୍ରବାର ବୈଠକ କରିଥିବା ବେଳେ ଏହାକୁ ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଶାହ କହିଥିଲେ ବିରୋଧୀ ଦଳମାନେ ଯେତେ ଚେଷ୍ଟା କଲେ ମଧ୍ୟ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୩୦୦ରୁ ଅଧିକ ଆସନରେ ଜିତିବ ଏବଂ ମୋଦୀ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିବେ। ପାଟନାରେ ଅନୁଷ୍ଠିତ ବୈଠକରେ ବିରୋଧୀ ଦଳ ନେତାମା​‌େ​‌ନ ଫଟୋ ଉଠାଇବାକୁ ଯାଇଥିବା ଶାହ ତାଚ୍ଛଲ୍ୟ କରି କହିଥିଲେ। ମୋଦୀ ସରକାର ଦେଶରୁ ଦୁର୍ନୀତି ହଟାଇବାକୁ ଜୋରଦାର୍‌ ପ୍ରୟାସ କରୁଥିବା ବେଳେ କଂଗ୍ରେସ ଶାସନ କାଳରେ ୧୨ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସେ ଅଭିଯୋଗ କରିଥିଲେ। ମୋଦୀଙ୍କ ବଳିଷ୍ଠ ନେତୃତ୍ବରେ ଦେଶ ଏକାଧିକ କ୍ଷେତ୍ରରେ ବେଶ୍‌ ସୁନାମ ଅର୍ଜନ କରିଥିବାରୁ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ମେଣ୍ଟ ପୁନର୍ବାର କ୍ଷମତାକୁ  ଫେରିବ ବୋଲି ଶାହ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories