www.samajalive.in
Tuesday, December 9, 2025
17.1 C
Bhubaneswar

ଗୀତଗୋବିନ୍ଦ ପ୍ରିୟ ଶ୍ରୀଜଗନ୍ନାଥ

ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସବୁଠାରୁ ଅଧିକ ପ୍ରିୟ। ସଂସ୍କୃତ ଭାଷାରେ ଦ୍ୱାଦଶ ଶତାଦ୍ଦୀରେ ରଚିତ ଏହି କାବ୍ୟ ଜୟଦେବଙ୍କୁ ଅମର କରିଛି। ରାଧାକୃଷ୍ଣଙ୍କ ରାସଲୀଳା ଉପରେ ଏହା ପର୍ଯ୍ୟବେଷିତ। ରାତ୍ରପହୁଡ ପୂର୍ବରୁ ମହାପ୍ରଭୁ ଶ୍ରୀଗୀତଗୋବିନ୍ଦ ଶୁଣନ୍ତି। ବଡସିଂହାର ବେଶରେ ପ୍ରଭୁଙ୍କୁ ଗୀତଗୋବିନ୍ଦ ଲେଖାଥିବା ଖଣ୍ଡୁଆପାଟ ପିନ୍ଧାଯାଏ । କଟକ ଜିଲା ବଡମ୍ବା ନିକଟସ୍ଥ ନୂଆପାଟଣାର ପାରମ୍ପରିକ ବୁଣାକାର ପରିବାର ଅତ୍ୟନ୍ତ ନିଷ୍ଠାର ସହ ଗୀତଗୋବିନ୍ଦ ଖଣ୍ଡୁଆପାଟ ପ୍ରସ୍ତୁତ କରନ୍ତି। ଶ୍ରୀମନ୍ଦିରରେ ପ୍ରତିଦିନ ଗୀତଗୋବିନ୍ଦ ଗାନ ପାଇଁ ମହାରାଜା କପିଳେନ୍ଦ୍ର ଦେବ ଖ୍ରୀ ୧୪୫୧ରେ ଆଦେଶନାମା ଜାରି କରିଥିଲେ। ଶ୍ରୀମନ୍ଦିର ଜୟବିଜୟ ଦ୍ୱାର ନିକଟରେ ଏବେ ମଧ୍ୟ ଏହି ଶିଳାଲେଖ ରହିଛି। ଖ୍ରୀ ୧୪୯୯ରେ ମହାରାଜା ପ୍ରତାପରୁଦ୍ର ଦେବ ସନ୍ଧ୍ୟାଧୂପ ପରଠାରୁ ବଡସିଂହାର ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସମ୍ମୁଖରେ ଗୀତଗୋବିନ୍ଦ ଗାୟନ ପାଇଁ ଆଦେଶ ଦେଇଥିଲେ। ଖ୍ରୀ ୧୭୫୨ରେ ଶ୍ରୀମନ୍ଦିରରେ ମାହାରୀ ତଥା ଦେବଦାସୀ ସେବା ଆରମ୍ଭ ହୋଇଥିବା କୁହାଯାଉଛି। ମହାରାଜା ବୀର କିଶୋର ଦେବଙ୍କ ସମୟରେ ୧୭୩୬ରୁ ୧୭୯୨ ମଧ୍ୟରେ ଗୀତଗୋବିନ୍ଦକୁ ସେବାର ମାନ୍ୟତା ଦିଆଯାଇଥିବା ଜଣାଯାଏ। ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଗୀତଗୋବିନ୍ଦ ଗାନ କରାଯାଇଥିଲା। ଦେବଦାସୀ ମାହାରୀ ନୃତ୍ୟ କରୁଥିଲେ। ଖ୍ରୀ ୧୮୦୩ରେ ପ୍ରଥମ ଇଂରେଜ କଲେକ୍ଟର ସିଂ.ଗ୍ରୋମଙ୍କ ରିପୋର୍ଟରେ ଗୀତଗୋବିନ୍ଦ ସେବା କଥା ଉଲ୍ଲେଖ ରହିଛି। କିଛି ଗବେଷକଙ୍କ ମତରେ ଗଙ୍ଗବଂଶୀ ଚୋଡଗଙ୍ଗ ଦେବ କିମ୍ବା ତାଙ୍କ ପୁତ୍ର ଓ ନାତି ଦାକ୍ଷିଣାତ୍ୱରୁ ଦେବଦାସୀ ବ୍ୟବସ୍ଥା ଆଣି ଶ୍ରୀମନ୍ଦିରରେ ପ୍ରଚଳନ କରାଇଥିଲେ। କୋକିଳପ୍ରଭାଙ୍କ ଦେହାନ୍ତ ପରେ ଶ୍ରୀମନ୍ଦିରରେ ଦେବଦାସୀ ସେବା ବନ୍ଦ ହୋଇଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories