www.samajalive.in
Sunday, December 14, 2025
26.1 C
Bhubaneswar

ଲାଞ୍ଚୁଆ ମହିଳା କନିଷ୍ଠ ଯନ୍ତ୍ରୀଙ୍କ ବ୍ୟବସାୟିକ ପ୍ରତିଷ୍ଠାନରେ ଜିଏସଟି ଓ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର: ସମ୍ବଲପୁରର ମାନେଶ୍ୱର ବ୍ଲକ ଅର୍ନ୍ତଗତ ବତେମୁରା ଓ ବରଗାଁ ଗ୍ରାମ ପଞ୍ଚାୟତ ପାଇଁ ନିଯୁକ୍ତ କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁଙ୍କୁ ଭିଜିଲାନ୍ସ ବିଭାଗ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ବୁଧବାର ଅପରାହ୍ନରେ ଧରିଛି। ଧରାପଡ଼ିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଯନ୍ତ୍ରୀଙ୍କୁ ଗିରଫ କରାଯିବା ସହିତ ତାଙ୍କର ସରକାରୀ କାର୍ଯ୍ୟାଳୟ, ବାସଭବନ, ବ୍ୟବସାୟିକ ପ୍ରତିଷ୍ଠାନ ଆଦିରେ ଗୁରୁବାର ଚଢ଼ଉ ଅଭିଯାନ ଜାରି ରହିଛି।

ଏହି କ୍ରମରେ ସମ୍ବଲପୁରର ଧନୁପାଲି ଅଞ୍ଚଳରେ ତାଙ୍କର ରହିଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଭିଜିଲାନ୍ସ ଓ ଜିଏସଟି ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ବିଭିନ୍ନ କାଗଜପତ୍ର ଆଦି ଜବତ କରାଯାଇ ଯାଞ୍ଚ ଜାରି ରହିଥିବା ବେଳେ ବିସ୍ତୃତ ବିବରଣୀ ଯାଞ୍ଚ ପରେ ସୂଚନା ଦିଆଯିବା ବୋଲି ଉଭୟ ବିଭାଗ ପକ୍ଷରୁ କୁହାଯାଇଛି।

- Advertisement -

ସୂଚନାଯୋଗ୍ୟ ଯେ, ବୁଧବାର ମହିଳା ଯନ୍ତ୍ରୀ ଶ୍ରୀମତୀ ସାହୁ ନଗଦ ୧୦ ହଜାର ଟଙ୍କା ଜଣେ ଗ୍ରାମ ସାଥୀ (ଅଭିଯୋଗକାରୀ)ଙ୍କ ନିକଟରୁ ଏହି ଟଙ୍କା ନେଉଥିବା ବେଳେ ଘଟଣାସ୍ଥଳରେ ଧରିବା ସହିତ ଟଙ୍କା ଗୁଡିକୁ ଜବତ କରିଛି। ମହିଳା ଯନ୍ତ୍ରୀ ମାନେଶ୍ୱର ବ୍ଲକରେ ମନରେଗା ଯୋଜନା ଅର୍ନ୍ତଗତ କାର୍ଯ୍ୟ କରାଯାଉଥିବା ରାସ୍ତା କାମର ମାପ ବହି ଓ ଅନ୍ୟାନ୍ୟ କାଗଜପତ୍ର ଗ୍ରାମସାଥୀଙ୍କୁ ଦେବା ବଦଳରେ ୧୦ ହଜାର ଟଙ୍କା ଦାବି କରିଥିଲେ। ଏଣୁ ଉକ୍ତ ଗ୍ରାମସାଥୀ ଟଙ୍କା ଦେଇ ନ ପାରିବାରୁ ତାଙ୍କୁ ମହିଳା ଯନ୍ତ୍ରୀ ହଇରାଣ କରୁଥିଲେ। ଫଳରେ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗରେ ଅଭିଯୋଗ ଦେବାରୁ ଲାଞ୍ଚୁଆ ମହିଳା କର୍ମଚାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଲାଞ୍ଚ ଟଙ୍କା ସହିତ ଧରା ପଡ଼ିବା ପରେ ଉକ୍ତ ମହିଳା ଯନ୍ତ୍ରୀଙ୍କ ସମ୍ବଲପୁର ଜିଲାରେ ଥିବା କାର୍ଯ୍ୟାଳୟ, ବାସଭବନ ସମେତ ଅନୁଗୁଳ ଜିଲାରେ ଥିବା ବାସଭବନ ସମେତ ସମୁଦାୟ ୩ଟି ସ୍ଥାନରେ ଭିଜିଲାନ୍ସ ବିଭାଗର ଚଢ଼ଉ କରାଯାଇଛି। ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ସଂଖ୍ୟା ୧୭/୨୦୨୩ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories