www.samajalive.in
Friday, December 12, 2025
14.1 C
Bhubaneswar

ମୋଦୀଙ୍କ ପାଲଟା ଆକ୍ରମଣ:ବିମୁଦ୍ରାୟନ ପାଇଁ ଆଜି ମା’ ପୁଅ ଜାମିନରେ…

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ପ୍ରକ୍ରିୟା ଜୋରସୋରରେ ଚାଲିଥିବାବେଳେ ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋର ଚାଲିଛି। ଗୋଟିଏ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିମୁଦ୍ରାୟନ ମୋଦୀ ସରକାରଙ୍କ ସବୁଠାରୁ ବଡ଼ ବିଫଳତା ବୋଲି ପ୍ରଚାର କରୁଥିବାବେଳେ ଏହାର ଉତ୍ତର ରଖିଛନ୍ତି ମୋଦୀ। ବିମୁଦ୍ରାୟନକୁ ବର୍ତ୍ତମାନ ୨ବର୍ଷ ପୁରିବାକୁ ଯାଉଛି।
ସୋମବାର ଛତିଶଗଡ଼ର ବିଳାଶପୁରଠାରେ ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ବାରମ୍ବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି। “ଯେଉଁ ଲୋକମାନେ ବିମୁଦ୍ରାୟନର ହିସାବ ମାଗୁଛନ୍ତି, ଆଜି ବିମୁଦ୍ରାୟନ ପାଇଁ ଜାଲ କମ୍ପାନୀ ଗୁଡ଼ିକର ପର୍ଦାଫାସ ହୋଇ ପାରିଛି। ଫଳରେ ସେହି ଲୋକମାନଙ୍କ ଜାଲିଆତି ଧରା ପଡ଼ିଲା, ଓ ସେମାନେ ଜାମିନ ବଳରେ ବାହାରେ ଚଳପ୍ରଚଳ କରୁଛନ୍ତି।’ ବୋଲି ମୋଦୀ ପାଲଟା ଆକ୍ରମଣ କରିଛନ୍ତି।
ମୋଦୀ ତାଙ୍କ ଭାଷଣରେ “ଯେଉଁ ମା’ପୁଅ ଟଙ୍କା ହେରଫେର ଅଭିଯୋଗରେ ଜାମିନରେ ବୁଲୁଛନ୍ତି ସେମାନେ ମୋଦୀଙ୍କୁ ପ୍ରମାଣ ପତ୍ର ଦେଉଛନ୍ତି।’ ବୋଲି ପାଲଟା ଆକ୍ରମଣ କରିଛନ୍ତି। ସେ ଆହୁରି କହିଛନ୍ତି ବିକାଶ ପାଇଁ ପୂର୍ବରୁ ମଧ୍ୟ ଟଙ୍କା ବ୍ୟୟ ବରାଦ ହେଉଥିଲା। ହେଲେ ତାହା ବିକାଶ ପାଇଁ ବ୍ୟବହୃତ ନହୋଇ ଲୋକଙ୍କ ଖଟ ତଳେ ଲୁଚି ଯାଉଥିଲା। ବିମୁଦ୍ରାୟନ ଫଳରେ ଏହି ଟଙ୍କା ଖଟ ତଳୁ ବାହାରି ପାରିଛି। ଏହି ଅର୍ଥ ଆଜି ଦେଶର ବିକାଶରେ ବ୍ୟବହୃତ ହେଉଛି। କଂଗ୍ରେସର ଜଣେ ପ୍ରଧାନମନ୍ତ୍ରୀ(ରାଜୀବ ଗାନ୍ଧି) କହିଥିଲେ “ଦିଲ୍ଲୀରୁ ୧ଟଙ୍କା ବାହାରିଲେ ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚୁ ପହଞ୍ଚୁ ୧୫ପଇସା ହୋଇଯାଉଛି। ଅବଶିଷ୍ଟ ୮୫ ପଇସା କୁଆଡ଼େ ଯାଉଛି ତାହା ଜଣା ପଡ଼ୁ ନାହିଁ।’ ବିମୁଦ୍ରାୟନ ଫଳରେ ଏହି ଟଙ୍କା ଲୋକଙ୍କ ପାଇଁ ବ୍ୟବହୃତ ହୋଇ ପାରୁଛି ବୋଲି ମୋଦୀ ଯୁକ୍ତି ଦର୍ଶାଇଥିଲେ।
ରାହୁଲ ଗାନ୍ଧି ବାରମ୍ବାର ବିଭିନ୍ନ ନିର୍ବାଚନ ପ୍ରଚାର ଭାଷଣରେ ମୋଦୀଙ୍କ ବିମୁଦ୍ରାୟନକୁ ସମାଲୋଚନା କରୁଥିଲେ। “ନିର୍ବାଚନ ପୂର୍ବରୁ ମୋଦୀ ଭ୍ରଷ୍ଟାଚାର, ନିଯୁକ୍ତିର କଥା କହୁଥିଲେ, ଏବେ ଝାଡ଼ୁ ମାର, ପକୁଡ଼ି ଛାଣ, ହେଲେ ବିମୁଦ୍ରାୟନ ସମ୍ପର୍କରେ ପଦୁଟିଏ କଥା କହୁ ନାହାନ୍ତି’ ବୋଲି ରାହୁଲ ଗାନ୍ଧି ଅଭିଯୋଗ କରିଥିଲେ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories