www.samajalive.in
Friday, December 12, 2025
14.1 C
Bhubaneswar

ଓଡ଼ିଶାର ଶିଳ୍ପ ବାତାବରଣ ନିବେଶ ଅନୁକୂଳ

୧୪,୪୦୦ କୋଟି ଟଙ୍କା ନିବେଶ କରିବ ବିର୍ଲା ଗ୍ରୁପ୍‍
୧ ଲକ୍ଷ କୋଟି ନିବେଶ କରିବ ଜିନ୍ଦଲ୍‍
ଡିଜିଟାଲ୍‍ କ୍ଷେତ୍ରରେ ୩ ହଜାର କୋଟି ଟଙ୍କା ନିବେଶ କରିବ ରିଲାଏ୍‍ନ୍ସ
୨୩,୫୦୦ କୋଟି ଟଙ୍କା ବିନିଯୋଗରେ ସମ୍ପ୍ରସାରିତ ହେବ କଳିଙ୍ଗ ଷ୍ଟିଲ୍‍ ପ୍ଲାଣ୍ଟ
ଶିଳ୍ପାୟନରେ ଭାଗୀଦାର ହୋଇଛି ଫିକି

ଭୁବନେଶ୍ୱର: ଓଡ଼ିଶା ଗତ ଦୁଇ ଦଶନ୍ଧି ମଧ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। ଆଗାମୀ ଦିନରେ ଶିଳ୍ପାୟନର ନୂଆ ସୁଯୋଗ ଓ ସମ୍ଭାବନା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇଛି। ପର୍ଯ୍ୟାପ୍ତ ଖଣିଜ ଓ ବନ୍ଦର ଭିତ୍ତିଭୂମି ସହିତ ନିବେଶ ଅନୁକୂଳ ପରିବେଶ ଯୋଗୁଁ ଓଡ଼ିଶାର ଶିଳ୍ପାୟନରେ ଏହି ପ୍ରଗତି ସମ୍ଭବ ହୋଇପାରିଛି। ଏକ ସ୍ଥିର ସରକାର, ଦୃଢ଼ ନେତୃତ୍ୱ ଓ ସୁଦୂର ପ୍ରସାରୀ ଦୃଷ୍ଟିଭଙ୍ଗୀ ରାଜ୍ୟରେ ନିବେଶ ଅନୁକୂଳ ବାତାବରଣ ସୃଷ୍ଟି କରିବା ସହିତ ଏକ ଶିଳ୍ପ ସମୃଦ୍ଧ ଓଡ଼ିଶା ପାଇଁ ବିପୁଳ ସମ୍ଭାବନା କରିଛି। ‘ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍୨୦୧୮’ରେ ଦେଶର ବିଶିଷ୍ଟ ଶିଳ୍ପପତିମାନେ ଏହି ମତ ଦେଇଛନ୍ତି।


‘ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍୨୦୧୮’ର ଆଜି ଦିବସର ସ୍ୱତନ୍ତ୍ର ଅଧିବେଶନରେ ଦେଶର ପ୍ରମୁଖ ଶିଳ୍ପପତି ଯୋଗ ଦେଇ ଓଡ଼ିଶା ଶିଳ୍ପାୟନର ଅଭିବୃଦ୍ଧି ଓ ଭବିଷ୍ୟତ ସମ୍ପର୍କରେ ମତ ରଖିଥିଲେ। ଅଧିବେଶନର ପ୍ରାରମ୍ଭରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଅଧ୍ୟକ୍ଷ କୁମାର ମଙ୍ଗଳମ୍‍ ବିର୍ଲା କହିଲେ ଯେ ଓଡ଼ିଶାର ଶିଳ୍ପ ଓ ବ୍ୟବସାୟିକ ଅନୁକୂଳ ବାତାବରଣ ଯୋଗୁଁ ବିର୍ଲା ଗ୍ରୁପ୍‍ ରାଜ୍ୟର ଅର୍ଥନୈତିକ ଓ ସାମଜିକ ବିକାଶରେ ନିଜକୁ ସାମିଲ୍‍ କରିପାରିଛି। ଏହି କାର୍ଯ୍ୟଧାରା ବଜାୟ ରଖିବା ପାଇଁ ବିର୍ଲା ଗ୍ରୁପ୍‍ ଆଗାମୀ ଦିନରେ ୧୪,୪୦୦ କୋଟି ଟଙ୍କା ନିବେଶ କରିବାର ଯୋଜନା ରଖିଛି।

- Advertisement -


ଅଧିବେଶନରେ ମତ ରଖି ଜିନ୍ଦଲ୍‍ ଗ୍ରୁପର ଅଧ୍ୟକ୍ଷ ନବୀନ ଜିନ୍ଦଲ୍‍ କହିଲେ ଯେ ସୁପ୍ରିମକୋର୍ଟଙ୍କ ରାୟ ପରେ ଦେଶର ଅନେକ କୋଇଲା ଖଣି ବନ୍ଦ ହୋଇଯାଇଥିଲା। ଏଥିଯୋଗୁଁ ଜିନ୍ଦଲ୍‍ ଗ୍ରୁପ୍‍ର ଓଡ଼ିଶାରେ ପ୍ରତିଷ୍ଠିତ କୋଇଲା-ବାଷ୍ପୀକରଣ ପ୍ରକଳ୍ପ ଗୁରୁତର ପ୍ରଭାବିତ ହୋଇଥିଲା। ସଂସ୍ଥା ପ୍ରଭୂତ କ୍ଷତି ସହିଥିଲା। କିନ୍ତୁ ରାଜ୍ୟର ନିବେଶ ଓ ଶିଳ୍ପ ଅନୁକୂଳ ବାତାବରଣ ପାଇଁ ଜିନ୍ଦଲ୍‍ ଗ୍ରୁପ୍‍ ପୁଣି ଥରେ ବ୍ୟବସାୟ ଓ ଶିଳ୍ପାୟନ ଅଭିବୃଦ୍ଧି ହାସଲ କରିପାରିଲା। ଏହା ଭିତରେ ଆମେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛୁ। ରାଜ୍ୟ ସରକାରଙ୍କ ସହଯୋଗ ଓ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁଁ ଆମେ ସବୁ ଆହ୍ୱାନକୁ ମୁକାବିଲା କରିବାରେ ସଫଳ ହୋଇଛୁ। ଆଗାମୀ ଦିନରେ ଜିନ୍ଦଲ୍‍ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବୋଲି ଏହି ଅବସରରେ ଶ୍ରୀ ଜିନ୍ଦଲ ସୂଚନା ଦେଇଥିଲେ। ଏଥିସହିତ ଓଡ଼ିଶା ଅର୍ଥନୈତିକ-ସାମାଜିକ ପ୍ରଗତିରେ ଜିନ୍ଦଲ୍‍ ନିଜକୁ ସାମିଲ୍‍ କରିପାରିଛି ବୋଲି କହିଥିଲେ। ନବୀନ୍‍ଙ୍କ ବଡ଼ ଭାଇ ସଜ୍ଜନ ଜିନ୍ଦଲ୍‍, ସେଲ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୀଲ କୁମାର ଚୌଧୁରୀ, ଆଇଟିସିର ମୁଖ୍ୟ ପରିଚାଳନା ଅଧିକାରୀ ସଞ୍ଜିବ ପୁରୀ, ବେଦାନ୍ତ ଗ୍ରୁପ୍‍ର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ୍‍ ପ୍ରମୁଖ ରାଜ୍ୟର ଅନୁକୂଳ ନିବେଶ ବାତାବରଣ ଓ ରାଜ୍ୟ ସରକାରଙ୍କ ସହଯୋଗର ଉଚ୍ଚ ପ୍ରଶଂସା କରିଥିଲେ।


‘ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍୨୦୧୮’ର ଅନ୍ୟତମ ଆୟୋଜକ ‘ଫିକି’ର ସଭାପତି ସନ୍ଦୀପ ସୋମାନି କହିଲେ ଯେ ଆରମ୍ଭରୁ ‘ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍’ରେ ଫିକି ନିଜକୁ ସାମିଲ୍‍ କରିଛି। ରୋଡ୍‍ ଶୋ ଆୟୋଜନଠାରୁ ଆରମ୍ଭ କରି ଶିଳ୍ପାୟନରେ ଯୋଗଦାନ ଦେଇଛି।
ଅଧିବେଶନରେ ଟାଟା ସନ୍‍ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏନ୍‍ ଚନ୍ଦ୍ରଶେଖରନ୍‍ ଯୋଗ ଦେଇ ଟାଟା ଷ୍ଟିଲ୍‍ର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। କଳିଙ୍ଗନଗର ଷ୍ଟିଲ୍‍ ପ୍ଲାଣ୍ଟର ସମ୍ପ୍ରସାରଣ ସମ୍ପର୍କରେ ସୂଚନା ଦେବା ସହିତ ଗୋପାଳପୁର ଷ୍ଟିଲ୍‍ ପ୍ଲାଣ୍ଟ ଖୁବ୍‍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। ପ୍ରାୟ ୨୩,୫୦୦ କୋଟି ଟଙ୍କା ବ୍ୟୟରେ କଳିଙ୍ଗନଗର ଷ୍ଟିଲ୍‍ ପ୍ଲାଣ୍ଟ ବର୍ତ୍ତମାନର ୩ ନିୟୁତ ଟନ୍‍ରୁ ୮ ନିୟୁତ ଟନ୍‍କୁ ବୃଦ୍ଧି ପାଇବ ବୋଲି ଶ୍ରୀ ଚନ୍ଦ୍ରଶେଖରନ୍‍ କହିଥିଲେ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories