www.samajalive.in
Saturday, December 6, 2025
26.1 C
Bhubaneswar

ବ୍ଲକସ୍ତରୀୟ କ୍ରିକେଟ କପ ଉଦଯାପିତ, ଜାଜେସ ପଙ୍ଗା ବିଜୟୀ

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଜାଜେସ ପଙ୍ଗା ପଞ୍ଚାୟତ ଉପର ଦାମିଙ୍ଗିଆ ଖେଳ ପଡିଆରେ ଅନୁଷ୍ଠିତ ବ୍ଲକସ୍ତରୀୟ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଉପର ଦାମିଙ୍ଗିଆ ସ୍ପୋର୍ଟ୍ସ କ୍ଲବ ଆନୁକୂଲ୍ୟରେ ଏବଂ ଉପର ଦାମିଙ୍ଗିଆ ଖେଳ ପଡିଆରେ ଅନୁଷ୍ଠିତ ବ୍ଲକ ସ୍ଥରୀୟ କ୍ରୀଡାରେ ମୁଖ୍ୟ ଅତିଥି ଭାବରେ ଜାଜେଶ ପଙ୍ଗା ସରପଞ୍ଚ ପଦ୍ମାବତୀ କହଁର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ପିଣ୍ଡିକ କହଁର, ପୂର୍ବତନ ସରପଞ୍ଚ ଗୁପ୍ତେଶ୍ୱର କହଁର ଯୋଗ ଦେଇଥିଲେ। ଏହି କ୍ରୀଡା ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇ ଆଜି ସମାପ୍ତ ହୋଇଥିବା ବେଳେ ଏଥିରେ ବ୍ଲକ ସ୍ଥରରୁ ସର୍ବମୋଟ ୧୬ ଗୋଟି କ୍ରିକେଟ ଟିମ ଭାଗ ନେଇଥିଲେ।

ସମସ୍ତ ଖେଳ ୧୨ ଓଭର ବିଶିଷ୍ଟ କରା ଯାଇଥିବା ବେଳେ ଫାଇନାଲ ଖେଳରେ ଜାଜେସ ପଙ୍ଗା ଟିମ ଓ ଡାଙ୍ଗରୀ କିଆ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳ ଆରମ୍ଭରେ ଟସ ଜିତି ଡଙ୍ଗରିକିଆ ଟିମ ୧୨ ଓଭର ରେ ୮୧ ରନ କରିଥିଲା। ଜାଜେସ ପଙ୍ଗା ଟିମ ୮୨ ରନ ର ବିଜୟ ଲକ୍ଷ୍ୟ ଜବାବରେ ଜାଜେସ ପଙ୍ଗା ଟିମ ଖେଳିବା ଆରମ୍ଭ କରିଥିଲା। ଶେଷ ଓଭର ଏବଂ ଶେଷ ବଲ ରେ ୮୨ ରନ ସଂଗ୍ରହ ସହ ଜାଜେସ ପଙ୍ଗା ଟିମ ବିଜୟ ଲାଭ କରିଥିଲା। କ୍ଳବର ବରିଷ୍ଠ ସଦସ୍ୟମାନେ କ୍ରୀଡା ପରିଚାଳନା କରିଥିଲେ। ଉଦଯାପନୀ ଖେଳରେ କ୍ଲବର ସମ୍ପାଦକ ନବ କିଶୋର କହଁର, ଇନ୍ଦ୍ରଜିତ କହଁର, ଗୁରୁଦେବ କହଁରଙ୍କ ସହ ସମସ୍ତ ସଦସ୍ୟମାନେ ଓ ଗ୍ରାମବାସୀ ସହଯୋଗ କରିଥିଲେ। କ୍ଲବର ସଭାପତି ଗୋବିନ୍ଦ କହଁର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଖେଳ ଶେଷରେ ଅତିଥି ମାନଙ୍କ ଦ୍ୱାରା ବିଜେତା ଦଳକୁ ୬୦୦୦ ଟଙ୍କା ଆର୍ଥିକ ରାଶି ସହ ଟ୍ରଫି ପ୍ରଦାନ କରା ଯାଇଥିବା ବେଳେ ଉପ ବିଜେତା ଦଳକୁ ଟ୍ରଫି ସହ ୪୦୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥିଲା।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories