www.samajalive.in
Sunday, December 14, 2025
14.1 C
Bhubaneswar

ବନଦୂର୍ଗା ବୃଦ୍ଧାଶ୍ରମରେ ସେବା ଓ ସେବକ ସପ୍ତାହ ପାଳନ

ହରଭଙ୍ଗା: ଶତାୟୁ ଖବରକାଗଜ ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସେବା ଓ ସେବକ ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଗୁରୁବାର ହରଭଙ୍ଗା ବ୍ଲକ ସଦରମହକୁମା ଝାଡ୍ରାଜିଂସ୍ଥିତ ବନଦୂର୍ଗା ବୃଦ୍ଧାଶ୍ରମରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଛି। ଏହି ମହତ୍‌‌ କାର୍ଯ୍ୟକ୍ରମରେ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ ଏବଂ ହରଭଙ୍ଗା ତହସିଲଦାର ଶିବାନୀ ଦାଶ ସାମିଲ ହୋଇଥିଲେ। ୩୦ଜଣ ଅନ୍ତେବାସୀଙ୍କୁ ଫଳ, ବିସ୍କୁଟ ସହ ଗୋଟିଏ ଲେଖାଏଁ ପାଣି ବୋତଲ ପ୍ରଦାନ କରାଯାଇଥିଲା। ତହସିଲଦାର ଅନ୍ତେବାସୀଙ୍କ ରହିବା ଗୃହ ସବୁ ବୁଲି ଦେଖିବା ସହିତ ସେମାନଙ୍କ ଭଲମନ୍ଦ ବିଷୟରେ ପଚରାଉଚରା କରିଥିଲେ।

- Advertisement -

ବିଡିଓ ଅନ୍ତେବାସୀଙ୍କ ଖାଇବା, ପିଇବା ବିଷୟରେ ପଚାରି ବୁଝିଥିଲେ। ଏହା ସହିତ ସେବା ଓ ସେବକ ସପ୍ତାହ କାର୍ଯ୍ୟକ୍ରମ ବିଷୟରେ ଅନ୍ତେବାସୀଙ୍କୁ ବୁଝାଇଥିଲେ। ଦୁଇ ମହିଳା ସରକାରୀ ଅଧିକାରୀ ଏହି ମହତ୍‌‌ କାର୍ଯ୍ୟକ୍ରମରେ ଯୋଗଦାନ କରି ଖୁସିବ୍ୟକ୍ତ କରିଥିଲେ। ହରଭଙ୍ଗା ‘ସମାଜ’ ପରିବାର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରୀତିରଞ୍ଜନ ଦାସ, ଶଶିକାନ୍ତ ସାହୁ, ସୌମ୍ୟରଞ୍ଜନ ସାହୁ, ସନ୍ତୋଷ ରାଉତ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories