www.samajalive.in
Tuesday, December 9, 2025
17.1 C
Bhubaneswar

ସ୍ୱାସ୍ଥ୍ୟ ନିମନ୍ତେ ଉପକାରୀ ଧନିଆ ପତ୍ର

ଖାଦ୍ୟର ସ୍ୱାଦ ବଢାଇବା ନିମନ୍ତେ ଧନିଆ ପତ୍ରର ବ୍ୟବହାର କରାଯାଇଥାଏ। ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ସ୍ୱାସ୍ଥ୍ୟ ନିମନ୍ତେ ଲାଭଦାୟକ ଅଟେ। ଧନିଆ ପତ୍ରରେ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଶରୀରକୁ ସୁସ୍ଥ ରଖିଥାଏ। ଏଥିରେ ଭିଟାମିନ, ମିନେରାଲ୍ସ, ଆମିନୋ ଏସିଡ ରହିଛି। ଏହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଧନିଆ ପତ୍ର ଖାଇବା ଦ୍ୱାରା ଡାଇରିଆ, ଏନିମିଆ ପରି ରୋଗ ଠାରୁ ଦୂରେଇ ରଖିଥାଏ।
ଆସନ୍ତୁ ଜାଣିବା ଧନିଆ ପତ୍ର ଖାଇବା ଦ୍ୱାରା ଶରୀରକୁ କ’ଣ ଲାଭ ମିଳେ ..
କୋଲେଷ୍ଟ୍ରୋଲ କମ କରେ :
ଧନିଆ ପତ୍ରରେ ଲିନୋଲେଇକ ଏସିଡ, ପାଲ୍ମଟିକ ଏସିଡ ରହିଛି। ଏହା ରକ୍ତରେ କୋଲେଷ୍ଟ୍ରୋଲ କମ କରିବାରେ ସହାୟକ ହୋଇଥାଏ।
ଦୃଷ୍ଟି ଶକ୍ତି ବଢାଇଥାଏ :
ଧନିଆରେ ଭିଟାମିନ ଏ, ଭିଟାମିନ ସି ଓ ଫସଫରସ ରହିଛି। ଏହା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢିଥାଏ।
ଏନିମିୟା ଠାରୁ ଦୂରେଇ ରଖେ :
ଧନିଆ ପତ୍ରରେ ଅଧିକ ମାତ୍ରାରେ ଆଇରନ ରହିଛି। ଏହା ଏନିମିୟା ରୋଗୀଙ୍କ ପାଇଁ ଲାଭଦାୟକ ଅଟେ। ଶରୀରରେ ଆଇରନର ଅଭାବରୁ ଅନେକ ରୋଗ ଦେଖା ଦେଇଥାଏ। ତେଣୁ ଧନିଆ ପତ୍ର ଖାଇବା ଦ୍ୱାରା ଶରୀରରେ ଆଇରନ ଅଭାବରୁ ହେଉଥିବା ରୋଗରୁ ମୁକ୍ତି ଦେଇଥାଏ।
ପେଟ ସମସ୍ୟା ଠାରୁ ଦୂରେଇ ରଖେ :
ଧନିଆ ପତ୍ର ଖାଇବା ଦ୍ୱାରା ପାଚନ ପ୍ରକ୍ରିୟା ସଠିକ ଭାବେ ହୋଇଥାଏ। ଏହାଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ଠାରୁ ରକ୍ଷା ମିଳିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories