www.samajalive.in
Saturday, December 13, 2025
27.1 C
Bhubaneswar

ଯୋଗ ପାଇଁ ସମର୍ଥନ ଜଣାଇଥିବାରୁ ସାରା ବିଶ୍ବକୁ ଧନ୍ୟବାଦ ଜଣାଇଲେ ମୋଦୀ

ଡେସ୍କ :  ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଛନ୍ତି । ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ପହଞ୍ଚି ପ୍ରଥମେ ସେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ଉଦବୋଧନ ଦେଇ  ମୋଦୀ କହିଥିଲେ, ଯୋଗ ଅର୍ଥ ଶାନ୍ତି, ଯୋଗ ଅର୍ଥ ସ୍ୱାସ୍ଥ୍ୟ, ଯୋଗ ପାଇଁ ଆଜି ସବୁ ଦେଶର ପ୍ରତିନିଧି ଏକାଠି ହୋଇଛନ୍ତି । ସାରା ବିଶ୍ବକୁ ଯୋଗ ଭାରତର ଅନନ୍ୟ ଉପହାର, ଏହା ଭରତରୁ ଆସିଛି ଓ ବହୁ ପ୍ରାଚୀନ ।  ଯୋଗକୁ ଜୀବନର ଅଂଶ କରିବା ପାଇଁ ସେ ସମସ୍ତଙ୍କୁ ଅନୁ​ରୋଧ କରିଥିଲେ।  ଶ୍ରୀ  ମୋଦୀ କହିଥିଲେ ଯୋଗ ହେଉଛି ଜୀବନ ଧାରଣର ମାଧ୍ୟମ । ଯୋଗ ପାଇଁ ସମର୍ଥନ ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ସାରା ବିଶ୍ବକୁ ଧନ୍ୟବାଦ ଜଣାଇଛନ୍ତି । ଉଦବୋଧନ ପରେ ଅନେକ ବିଶ୍ବ ନେତାଙ୍କ ସହ ଶ୍ରୀ  ମୋଦୀ ଯୋଗାଭ୍ୟାସ କରିଥିଲେ।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories