www.samajalive.in
Sunday, December 14, 2025
19.1 C
Bhubaneswar

ବିଶ୍ୱକପ ଟ୍ରଫି ଉନ୍ମୋଚନ ଆଜି ; ଆସିବେ କୁମ୍ବଲେ, ନାରଙ୍ଗ ଓ ଗୋପୀଚାନ୍ଦ, ସୁଖବିନ୍ଦର

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ହେବାକୁ ଥିବା ୧୪ଶ ପୁରୁଷ ହକି ବିଶ୍ୱକପ ଖେଳାଯିବ। ଏଥିପାଇଁ ସୋମବାର ସନ୍ଧ୍ୟାରେ ଉକ୍ତ ବିଶ୍ୱକପ୍‍ର ଟ୍ରଫି ଏଠାରେ ଉନ୍ମୋଚନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରିନ୍ଦର ବାତ୍ରା ହକି ବିଶ୍ୱକପ ଟ୍ରଫି ଉନ୍ମୋଚନ କରିବେ। ଏହି ଅବସରରେ ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ଉନ୍ନତି କରିବା ଏବଂ କ୍ରୀଡ଼ାବିତ୍‍ଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦବା ଲକ୍ଷ୍ୟରେ ରାଜ୍ୟ ସରକାର ଏବଂ ବିଭିନ୍ନ ଶିଳ୍ପ ସଂସ୍ଥା ସହିତ ଚୁକ୍ତି ସ୍ୱାକ୍ଷର କରିବେ। ଏହି ସ୍ୱତନ୍ତ୍ର ଉତ୍ସବରେ କ୍ରିକେଟ ତାରକା ଅନୀଲ କୁମ୍ବଲେ, ସୁଟର ଗଗନ ନାରଙ୍ଗ, ବ୍ୟାଡ୍‍ମିଣ୍ଟନ ତାରକା ପୁଲୈଲା ଗୋପୀଚାନ୍ଦ ଯୋଗେଦେ। ହକିପ୍ରେମୀଙ୍କୁ ଆକୃଷ୍ଟ କରିବା ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଭାରତୀୟ ହକିକୁ ନେଇ ନିର୍ମିତ ବଲିଉଡ୍‍ ଚଳଚ୍ଚିତ୍ର ‘ଚକ୍‍ ଦେ ଇଣ୍ଡିଆ’ର ଟାଇଟଲ ଗୀତ ପରିବେଷଣ କରିବେ ଫିଲ୍ମରେ ଉକ୍ତ ଗୀତକୁ ଗାଇଥିବା ବଲିଉଡ୍‍ ଗାୟକ ସୁଖବିନ୍ଦର ସିଂହ ଓ ତାଙ୍କ ଦଳ। ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବା ଲାଗି ସାଧାରଣ ଦର୍ଶକଙ୍କ ପାଇଁ ପାସ୍‍ ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ କଳିଙ୍ଗ ଷ୍ଟାଡ଼ିୟମ ୪ ନମ୍ବର ପ୍ରବେଶପଥ ନିକଟରୁ ପାସ ସଂଗ୍ରହ କରି ଷ୍ଟାଡ଼ିୟମରେ ପ୍ରବେଶ କରି କାର୍ଯ୍ୟକ୍ରମକୁ ଉପଭୋଗ କରିବାର ସୁଯୋଗ ପାଇବେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories