ଭାରତରେ ବି ‘ଆଦିପୁରୁଷ’ ଉପରେ ଲାଗିବ ପ୍ରତିବନ୍ଧକ? ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଏଆଇସିଡବ୍ଲ୍ୟୁଏ
ମୁମ୍ବଇ: ପ୍ରଭାସଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆଦିପୁରୁଷ’ ଜୁନ୍ ୧୬ ତାରିଖରେ ମୁକ୍ତିଲାଭ କରିଛି। ନିର୍ମାତାମାନେ ସମ୍ପୂର୍ଣ୍ଣ ଆଶା କରିଥିଲେ ଯେ, କିଛି ଦିନ ମଧ୍ୟରେ ହିଁ ଏହି ଚଳଚ୍ଚିତ୍ର ଆୟରେ ଅନେକ ରେକର୍ଡ ଭାଙ୍ଗିବ। ଫିଲ୍ମକୁ ନେଇ ଜୋରଦାର ବିବାଦ ଚାଲିଛି, କିନ୍ତୁ ବକ୍ସ ଅଫିସରେ ଏହା ଭଲ ବ୍ୟବସାୟ କରୁଛି। ତେବେ ସୋମବାର ଓ ମଙ୍ଗଳବାର ଆୟ ନୈରାଶ୍ୟଜନକ ଥିଲା। ମୁକ୍ତିଲାଭ ଦିନ ହିଁ ଫିଲ୍ମକୁ ନେଇ ସମାଲୋଚନା ଆରମ୍ଭ ହୋଇଥିଲା ଏବଂ ଲୋକେ ସଂଳାପକୁ ନିହାତି ଖରାପ ବୋଲି କହିବା ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ ଜନସାଧାରଣ ଚଳଚ୍ଚିତ୍ରକୁ ପ୍ରତ୍ୟାଖ୍ୟାନ କରିବା ମଧ୍ୟ ଆରମ୍ଭ କରିଦେଲେ। ସାମାଜିକ ଗଣମାଧ୍ୟମରେ ଆଦିପୁରୁଷ ବ୍ୟାନ୍ ଟ୍ରେଣ୍ଡ କରୁଛି। ପଡ଼ୋଶୀ ଦେଶ ନେପାଳର କାଠମାଣ୍ଡୁରେ ମଧ୍ୟ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏସବୁ ଦେଖି ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ(ଏଆଇସିଡବ୍ଲ୍ୟୁଏ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖିଛି।
All India Cine Workers Association write to Prime Minister Narendra Modi, requesting him to "stop screening the movie and immediately order a ban of #Adipurush screening in the theatres and OTT platforms in the future.
"We need FIR against Director Om Raut, dialogue writer… pic.twitter.com/jYq3yfv05c
— ANI (@ANI) June 20, 2023
ଆଦିପୁରୁଷ ଫିଲ୍ମର ସ୍କ୍ରିନିଂ ତୁରନ୍ତ ବନ୍ଦ କରିବା ସହ ଭବିଷ୍ୟତରେ ପ୍ରେକ୍ଷାଳୟ ଏବଂ ଓଟିଟି ପ୍ଲାଟଫର୍ମରେ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେବା ପାଇଁ ଏଆଇସିଡବ୍ଲ୍ୟୁଏ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛି। ପତ୍ରରେ ଲେଖାହୋଇଛି, ‘‘ଆମେ ନିର୍ଦେଶକ ଓମ୍ ରାଉତ, ଲେଖକ ମନୋଜ ମୁନ୍ତଶିର ଶୁକ୍ଳା ଓ ଚଳଚ୍ଚିତ୍ରର ନିର୍ମାତାମାନଙ୍କ ବିରୋଧରେ ଏତଲା ଦାବୀ କରୁଛୁ।’’ ଯଦି ଏହି ଚିଠି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ଏହି ଚଳଚ୍ଚିତ୍ରକୁ ଭାରତରେ ମଧ୍ୟ ବ୍ୟାନ୍ କରାଯାଇପାରେ।
ଆଦିପୁରୁଷକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ନିର୍ମାତା ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁକ୍ତିଲାଭ କରିବାର ତିନି ଦିନ ମଧ୍ୟରେ ନିର୍ମାତା ଫିଲ୍ମର ବିବାଦୀୟ ସଂଳାପ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖବର ଅନୁଯାୟୀ, ସଂଳାପଗୁଡ଼ିକ ଆଉଥରେ ଲେଖିବା ସହ ଆଉଥରେ ଡବିଂ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। କୁହାଯାଉଛି ଯେ, ୩ ଦିନ ମଧ୍ୟରେ ନୂଆ ସଂଳାପ ବିଶିଷ୍ଟ ଫିଲ୍ମ ଥିଏଟରରେ ଦେଖିବାକୁ ମିଳିବ। ଫିଲ୍ମର ସଂଳାପକୁ ନେଇ ଲେଖକ ମନୋଜ ମୁନ୍ତଶିରଙ୍କୁ ଲଗାତାର ଭାବେ ଟ୍ରୋଲ୍ କରାଯାଉଛି। ମନୋଜ ସୋସିଆଲ ମିଡିଆ ପୋଷ୍ଟ ଏବଂ ସାକ୍ଷାତକାର ମାଧ୍ୟମରେ ଏହାର ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି, କିନ୍ତୁ ଲୋକଙ୍କ କ୍ରୋଧ କମିବାର ନାଁ ନେଉନାହିଁ। ଇତି ମଧ୍ୟରେ ମନୋଜ ମୁନ୍ତଶିର ମୁମ୍ବଇ ପୁଲିସଠାରୁ ନିଜ ପାଇଁ ସୁରକ୍ଷା ମାଗିଥିଲେ ଏବଂ ପୁଲିସ ମଧ୍ୟ ତାଙ୍କୁ ସୁରକ୍ଷା ଯୋଗାଇ ଦେଇଛି।
Comments are closed.