www.samajalive.in
Saturday, December 6, 2025
14.1 C
Bhubaneswar

ଅଧଘଣ୍ଟାରେ ଶହେରୁ ଊର୍ଦ୍ଧ୍ବ ବଜ୍ରପାତ

ଆଠଗଡ : ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟରେ କଲବଲ ହେଉଥିବା ଆଠଗଡବାସୀ ରବିବାର ରାତିରେ ପ୍ରଶ୍ନପତ୍ର ଘଣ୍ଟାଏ ବର୍ଷା ହେବା ଫଳରେ କିଛିଟା ଆଶ୍ବସ୍ତି ମିଳିଛି । ତେବେ ଶନିବାର ରାତି ୧୦.୪୫ ରୁ ୧୧.୨୦ ମଧ୍ୟରେ ଶହେରୁ ଊର୍ଦ୍ଧ୍ବ ପ୍ରଚଣ୍ଡ ବଜ୍ରପାତ ଯୋଗୁଁ ଆଠଗଡ ଅଞ୍ଚଳ ଥରହର ହୋଇଯାଇଥିଲା  । ଏହି ବଜ୍ରପାତରେ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଦୁଇ ଆହତ ହେଲେ ଯୋରନ୍ଦା ପଞ୍ଚାୟତ ହରିଡାଗହିର ଗ୍ରାମର ନରେନ୍ଦ୍ର ଘଟୁଆଳଙ୍କ ପତ୍ନୀ କଲ୍ୟାଣୀ ଘଟୁଆଳ (୩୫) ଓ ସମସରପୁର ପଞ୍ଚାୟତର ସମସରପୁର ଗ୍ରାମର ଅର୍ପିତା ନାୟକ (୧୭) । ଗୁରୁତର ଆହତ ହୋଇ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। କଲ୍ୟାଣୀ ଘଟୁଆଳ ଗତକାଲି ଘରେ ଶୋଇଥିବାବେଳେ ବଜ୍ରପାତ ଘଟିବାରୁ ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ରୋଗୀବୁହା ଯାନ ସହାୟତାରେ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେହିପରି ସମସରପୁର ଗ୍ରାମର ଅର୍ପିତା ନାୟକ ଘରେ ଶୋଇଥିବା ସମୟରେ ବଜ୍ରପାତ ହେବାରୁ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପରିବାର ଲୋକ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଉଭୟ ଚିକିତ୍ସା ପରେ ସୁସ୍ଥ ହୋଇ ସୋମବାର ସକାଳେ ଘରକୁ ଫେରିଥିବା ଜଣାପଡିଛି। ସେହିପରି ରାଧାଗୋବିନ୍ଦପୁର ପଞ୍ଚାୟତର ରାଧାମାଧବପୁର ଗ୍ରାମର ମୁରଲୀଧର ସାହୁଙ୍କ ମଇଁଷି ଗୋଠରେ ବନ୍ଧା ହୋଇଥିବା ଦୁଇଟି ମଇଁଷିର ବଜ୍ରପାତରେ ମୃତ୍ୟୁ ଘଟିଥିବା ଜଣାପଡିଛି। ରବିବାର ବିଳମ୍ବିତ ରାତିରେ ପ୍ରବଳ ଘଡଘଡି ସହିତ ବର୍ଷା ହୋଇଥିଲା। ରାଧାମାଧବପୁର ଗ୍ରାମର ଗୋଠରେ ବନ୍ଧା ହୋଇଥିବା ୩୦ଟି ମଇଁଷି ମଧ୍ୟରୁ ବଜ୍ରପାତରେ ଦୁଇଟି ମଇଁଷି ମରି ପଡିଥିବା ଦେଖିବାକୁ ମିଳିଥିଲା। ବର୍ଷେ ତଳେ ମୁରଲୀଧରଙ୍କର ୯ଟି ମଇଁଷିଙ୍କୁ ହାତୀ ମାରି ଦେଇଥିବା ବେଳେ ଏବେ ଦୁଇଟି ମଇଁଷିଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି । ମଇଁଷି ପାଳନ କରି ପରିବାର ପ୍ରତିପୋଷଣ କରୁଥିବା ମୁରଲୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories