ବଡମ୍ବା : ବଡମ୍ବା ବନାଞ୍ଚଳ ଅନ୍ତର୍ଗତ ଅରଣ୍ଡା ସରଂକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଖବର ପାଇ ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଆନୁମାନିକ ୨୦ ରୁ ୨୧ବର୍ଷର ଏହି ହାତୀଟିର କିଭଳି ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ରହିଛି। ପାରିପାର୍ଶ୍ୱ ସ୍ଥିତିରୁ ହାତୀଟିର ଗତକାଲି ଅର୍ଥାତ ରବିବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଘଡଘଡି କି ପ୍ରଚ଼ଣ୍ଡ ଗ୍ରୀଷ୍ମ ପ୍ରବାହ ଜନିତ ଅଂଶୁଘାତ ବା ଅନ୍ୟ କେଉଁ କାରଣରୁ ହାତୀଟିର ଏଭଳି ଅସ୍ୱଭ।ବିକ ମୃତ୍ୟୁ ଘଟିଛି ବ୍ୟବଛେଦରୁ ତାହା ସ୍ପଷ୍ଟ ହେବ ବୋଲି ସୂଚ଼ନା ମିଳିଛି । ଅପରପକ୍ଷରେ ମୃତ ହାତୀର ଦାନ୍ତ ଗୋଟିକ ଅକ୍ଷତ ଥିବ। ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
Popular Categories



