www.samajalive.in
Saturday, December 13, 2025
26.1 C
Bhubaneswar

କଂଗ୍ରେସକୁ ଫେରିଲେ ବିଜେପି ବିଧାୟକ

ଭୋପାଳ: ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ୨୦୨୦ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ମଧ୍ୟପ୍ରଦେଶ ବିଧାୟକ ବୈଜନାଥ ସିଂହ ଗୁରୁବାର କଂଗ୍ରେସକୁ ଫେରିଛନ୍ତି; କିନ୍ତୁ ଏହା ଅପେକ୍ଷା ତାଙ୍କର ପ୍ରତ୍ୟାବର୍ତ୍ତନ ଯାତ୍ରା ଅଧିକ ଚର୍ଚ୍ଚାର ବିଷୟ ହୋଇଛି। ବୈଜନାଥ ୪୦୦ରୁ ଅଧିକ କାର୍‌ ସହିତ ସାଇରନ୍‌ ବଜାଇ ଶୋଭାଯାତ୍ରାରେ ଆସି କମଳନାଥ ଓ ଦିଗ୍‌ବିଜୟ ସିଂହଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି। ତାଙ୍କ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଶିବପୁରୀଠାରୁ ଭୋପାଳ ପର୍ଯ୍ୟନ୍ତ ଲମ୍ବିଥିଲା; ଯାହାକୁ ଦେଖି ଲୋକେ ବିସ୍ମିତ ହୋଇଯାଇଥିଲେ। ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଅଚଳ ହୋଇପଡ଼ିଥିଲା। ସୂଚନାନୁଯାୟୀ, ବୈଜନାଥଙ୍କୁ ଆଗାମୀ ନିର୍ବାଚନରେ ବିଜେପି ଟିକଟ ମିଳିବା ଆଶା କମ୍ ଥିବାରୁ ସେ କଂଗ୍ରେସକୁ ଫେରିଛନ୍ତି। ତାଙ୍କ ସହିତ ବିଜେପିର ୧୫ଜଣ ଜିଲାସ୍ତରୀୟ ନେତା ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି। ବୈଜନାଥ ସାଇରନ୍‌ ବଜାଇବା ବେଆଇନ ବୋଲି ବିଜେପି ଅଭିଯୋଗ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories