www.samajalive.in
Saturday, December 13, 2025
26.1 C
Bhubaneswar

ମଣିପୁର ଜାତିଆଣ ହିଂସା, ୨୦ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ

ଇମ୍ଫାଲ: ମଣିପୁରରେ ଲାଗି ରହିଥିବା ଜାତିଆଣ ହିଂସା ଥମୁ ନଥିବା ବେଳେ ଗୁରୁବାର ହିଂସାକାରୀ ଓ ସୁରକ୍ଷାବାହିନୀ ମଧ୍ୟରେ ସଂଘର୍ଷ ହୋଇଛି। ହିଂସାକାରୀମାନେ ଅନେକ ଘରଦ୍ବାର ପୋଡି ଦେଇଛନ୍ତି। ସୁରକ୍ଷାକର୍ମୀମାନେ ହିଂସାକାରୀଙ୍କୁ ନିୟନ୍ତ୍ରଣ କରିବା ଲାଗି ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ। ଜବାବରେ ହିଂସାକାରୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଟେକାପଥର ମାରିଥିଲେ। ଇମ୍ଫାଲର ନ୍ୟୁ ଚେକନ ଅଞ୍ଚଳରେ ଗୁରୁବାର ଅପରାହ୍ଣରେ ଏହି ସଂଘର୍ଷ ହୋଇଥିଲା। ମଙ୍ଗଳବାର ରାତିରେ ଉଗ୍ରପନ୍ଥୀମାନେ ୧୧ଜଣଙ୍କୁ ହତ୍ୟା କରିଥିଲେ। ସେହିପରି ବୁଧବାର ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଉଗ୍ରପନ୍ଥୀମାନେ ପୋଡି ଦେଇଥିଲେ। ରାଜ୍ୟରେ ପୁଣି ହିଂସା ଉଗ୍ର ହେବାକୁ ଯାଉଥିବା ଦେଖି ସୁରକ୍ଷାବାହିନୀ ପକ୍ଷରୁ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ହିଂସାକୁ ନେଇ ଇଣ୍ଟରନେଟ ସେବା ଉପରେ ଲାଗୁ କରାଯାଇଥିବା ବାସନ୍ଦ ଅବଧିକୁ ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ରାଜ୍ୟ ଗୃହ ବିଭାଗ ଆୟୁକ୍ତଙ୍କ ପକ୍ଷରୁ ଜାରି ନିର୍ଦେଶନାମା ଅନୁଯାୟୀ ମୋବାଇଲ ଇଣ୍ଟରନେଟ୍ ଓ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବାକୁ ଜୁନ୍ ୨୦ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଇଣ୍ଟରନେଟ ସେବା ବନ୍ଦ ଦ୍ବାରା ହ୍ବାଟ୍ସଆପ୍, ଫେସବୁକ୍‌, ଟ୍ବିଟର ଆଦି ସାମାଜିକ ଗଣମାଧ୍ୟମରେ ହିଂସା ସମ୍ପର୍କିତ ଗୁଜବ ପ୍ରସାରଣ କରାଯାଇପାରିବ ନାହିଁ। ମେ ୩ରୁ ରାଜ୍ୟରେ ହିଂସା ଲାଗି ରହିଛି। ହିଂସାକୁ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ରାଜ୍ୟପାଳ ଅନୁସୂୟା ଉଇକେଙ୍କ ନେତୃତ୍ବରେ ଶାନ୍ତି କମିଟି ଗଠନ କରିଥିବାବେଳେ ଏହା ଫଳପ୍ରଦ ହୋଇପାରି ନାହିଁ। ହିଂସାକୁ ନିୟନ୍ତ୍ରଣ କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ବିଫଳ ହୋଇଥିବାରୁ କଂଗ୍ରେସ ଏହାକୁ ସମାଲୋଚନା କରିଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ ସରକାର ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉ ନାହାନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories