ନୂଆଦିଲ୍ଲୀ: ଏନ୍ସିଇଆରଟି ପକ୍ଷରୁ ପାଠ୍ୟଖସଡ଼ାରେ ଅହେତୁକ ପରିବର୍ତ୍ତନ କରାଯିବା ଓ ଗୁରୁତ୍ବପୂର୍ଣ୍ଣ ବିଷୟ ହଟାଇ ଦିଆଯିବା ପ୍ରତିବାଦରେ ୩୩ଜଣ ଲେଖକ କର୍ତ୍ତୃପକ୍ଷଙ୍କୁ ପତ୍ରଲେଖି ସେମାନଙ୍କ ନାମ ଉଲ୍ଲେଖ ନ କରିବାକୁ ନିବେଦନ କରିଛନ୍ତି। ଏହି ଲେଖକଙ୍କ ଦ୍ବାରା ଲିଖିତ ବିଭିନ୍ନ ବିଷୟ ଏନ୍ସିଇଆରଟି ପୁସ୍ତକରେ ସ୍ଥାନ ପାଇଥାଏ। ୨୦୦୫ରୁ ସେମାନେ ପାଠ୍ୟପୁସ୍ତକରେ ଲେଖିଆସୁଥିଲେ। ଏନ୍ସିଇଆରଟି ନିର୍ଦେଶକ ଡି.ପି ସାକଲାନିଙ୍କୁ ଚିଠି ଲେଖି ସେମାନେ ଦର୍ଶାଇଛନ୍ତି ଯେ ସମ୍ପ୍ରତି ଯେଉଁ ଢଙ୍ଗରେ ପାଠ୍ୟଖସଡ଼ା ପରିବର୍ତ୍ତନ କରାଯାଉଛି ତାହା ଭବିଷ୍ୟତରେ ବଡ଼ ବିପଦକୁ ଆହ୍ବାନ କରିବ ଏବଂ ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ ସେମାନଙ୍କ ସମ୍ମିଳିତ ଉଦ୍ୟମ ଏବେ ବିପଦାପନ୍ନ। ପାଠ୍ୟପୁସ୍ତକ ବିକାଶ କମିଟି ମୁଖ୍ୟଙ୍କୁ ମଧ୍ୟ ସେମାନେ ଏହି ଚିଠିର ନକଲ ଦେଇଛନ୍ତି। ନିକଟରେ ଏନ୍ସିଇଆରଟି ପୁସ୍ତକ ପ୍ରସ୍ତୁତି କମିଟିର ମୁଖ୍ୟ ପରାମର୍ଶଦାତା ଯୋଗେନ୍ଦ୍ର ଯାଦବ ଓ ସୁହାସ ପଲ୍ସିକର ପ୍ରମୁଖ ଏନ୍ସିଇଆରଟି କର୍ତ୍ତୃପକ୍ଷଙ୍କ ନିକଟରେ ସମାନ ଢଙ୍ଗରେ ଆପତ୍ତି ଉଠାଇଥିଲେ।
Popular Categories



