www.samajalive.in
Thursday, December 11, 2025
16.1 C
Bhubaneswar

ପାଠ୍ୟପୁସ୍ତକରୁ ନାମ ହଟାଇବାକୁ ୩୩ ଲେଖକଙ୍କ ଚିଠି

ନୂଆଦିଲ୍ଲୀ: ଏନ୍‌ସିଇଆରଟି ପକ୍ଷରୁ ପାଠ୍ୟଖସଡ଼ାରେ ଅହେତୁକ ପରିବର୍ତ୍ତନ କରାଯିବା ଓ ଗୁରୁତ୍ବପୂର୍ଣ୍ଣ ବିଷୟ ହଟାଇ ଦିଆଯିବା ପ୍ରତିବାଦରେ ୩୩ଜଣ ଲେଖକ କର୍ତ୍ତୃପକ୍ଷଙ୍କୁ ପତ୍ରଲେଖି ସେମାନଙ୍କ ନାମ ଉଲ୍ଲେଖ ନ କରି​ବାକୁ ନିବେଦନ କରିଛନ୍ତି। ଏହି ଲେଖକଙ୍କ ଦ୍ବାରା ଲିଖିତ ବିଭିନ୍ନ ବିଷୟ ଏନ୍‌ସିଇଆରଟି ପୁସ୍ତକରେ ସ୍ଥାନ ପାଇଥାଏ। ୨୦୦୫ରୁ ସେମାନେ ପାଠ୍ୟପୁସ୍ତକରେ ଲେଖିଆସୁଥିଲେ। ଏନ୍‌ସିଇଆରଟି ନିର୍ଦେଶକ ଡି.ପି ସାକଲାନିଙ୍କୁ ଚିଠି ଲେଖି ସେମାନେ ଦର୍ଶାଇଛନ୍ତି ଯେ ସମ୍ପ୍ରତି ଯେଉଁ ଢଙ୍ଗରେ ପାଠ୍ୟଖସଡ଼ା ପରିବର୍ତ୍ତନ କରାଯାଉଛି ତାହା ଭବିଷ୍ୟତରେ ବଡ଼ ବିପଦକୁ ଆହ୍ବାନ କରିବ ଏବଂ ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ ସେମାନଙ୍କ ସମ୍ମିଳିତ ଉଦ୍ୟମ ଏବେ ବିପଦାପନ୍ନ। ପାଠ୍ୟପୁସ୍ତକ ବିକାଶ କମିଟି ମୁଖ୍ୟଙ୍କୁ ମଧ୍ୟ ସେମାନେ ଏହି ଚିଠିର ନକଲ ଦେଇଛନ୍ତି। ନିକଟରେ ଏନ୍‌ସିଇଆରଟି ପୁସ୍ତକ ପ୍ରସ୍ତୁତି କମିଟିର ମୁଖ୍ୟ ପରାମର୍ଶଦାତା ଯୋଗେନ୍ଦ୍ର ଯାଦବ ଓ ସୁହାସ ପଲ୍‌ସିକର ପ୍ରମୁଖ ଏନ୍‌ସିଇଆରଟି କର୍ତ୍ତୃପକ୍ଷଙ୍କ ନିକଟରେ ସମାନ ଢଙ୍ଗରେ ଆପତ୍ତି ଉଠାଇଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories