www.samajalive.in
Friday, December 12, 2025
16.1 C
Bhubaneswar

ପ୍ରଚଣ୍ଡ ତାତି ସାଙ୍ଗକୁ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ୍‌; ଛଟପଟ ଅଞ୍ଚଳବାସୀ

କଟକ : ଅସହ୍ୟ ଖରା ତାତି ସହ କଲବଲ କରୁଛି ଦୀର୍ଘ ସମୟ ଧରି ବିଦ୍ୟୁତ୍‌‌ କାଟ୍‌‌। ଗୁରୁବାର କଟକ ସ୍ଥିତ ଯୋବ୍ରା ରୋଡ ମ୍ୟୁନିସିପାଲଟି କଲୋନୀ ଅଞ୍ଚଳ ସହ ଅନ୍ୟାନ୍ୟ ସ୍ଥାନରେ ଦିନ ୧୦ଟାରୁ ବିଦ୍ୟୁତ କାଟ୍‌ ହୋଇଛି। ଖବର ଲେଖା ହେବା ସୁଦ୍ଧା ଦିନ ୧.୩୦ ପର୍ଯ୍ୟନ୍ତ ବିଦ୍ୟୁତ ଦିଆଯାଇ ନାହିଁ। ପବନ, ଝଡ଼ବର୍ଷା କିମ୍ବା ଅନ୍ୟ କୌଣସି ପ୍ରକାର ବିଦ୍ୟୁତ କାଟ୍‌‌ ନେଇ ପୂର୍ବ ସୂଚନା ନଥାଇ ମଧ୍ୟ କାଟ୍‌‌ ହୋଇଛି। ସେଠାକାର ବିଦ୍ୟୁତ୍‌‌ ଉପଭୋକ୍ତାମାନେ ବିଦ୍ୟୁତ ସହାୟତା ନମ୍ବର ୧୯୧୨ ଏବଂ ୧୮୦୦୩୪୫୭୧୨୨ରେ ଅଭିଯୋଗ ଜଣାଇବାକୁ ଚେଷ୍ଟା କଲେ ନମ୍ବର କାର୍ଯ୍ୟକ୍ଷମ ନଥିବା ଉତ୍ତର ମିଳୁଛି। ଯୋବ୍ରା ସ୍ଥିତ ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ମୋବାଇଲ ନମ୍ବର ମଧ୍ୟ ବ୍ୟସ୍ତ ରହିଥିବା ଉପଭୋକ୍ତାମାନେ କହିଛନ୍ତି। ପ୍ରବଳ ଗରମ ଓ ତାତିରେ ସର୍ବସାଧାରଣ ହନ୍ତସନ୍ତ ହେଉଥିବା ବେଳେ ଏଭଳି ବିଦ୍ୟୁତ୍‌‌ କାଟ୍‌‌ ପାଇଁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ସୋମବାର ମଧ୍ୟ ଏହି ଅଞ୍ଚଳରେ ୧ଟା ୧୦ ରୁ ଦୀର୍ଘ ସମୟ ଧରି ବିଦ୍ୟୁତ୍‌‌ କାଟ୍‌‌ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories