ୟୁନିଫର୍ମ ସିଭିଲ କୋଡ ଲାଗୁ ପ୍ରସଙ୍ଗ : ପୁଣି ମତାମତ ଲୋଡିଲେ ଆଇନ ଆୟୋଗ

ନୂଆଦିଲ୍ଲୀ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ସମ୍ବନ୍ଧରେ ଆଇନ ଆୟୋଗ ପୁଣି ଥରେ ଦେଶବାସୀଙ୍କଠାରୁ ମତାମତ ଲୋଡିଛନ୍ତି। ଆଇନ ଆୟୋଗ କହିଛନ୍ତି ୨୨ତମ ଆଇନ ଆୟୋଗ ପୁନର୍ବାର ୟୁସିସି ସମ୍ବନ୍ଧରେ ସ୍ବୀକୃତିପ୍ରାପ୍ତ ଧାର୍ମିକ ସଂଗଠନର ମତାମତ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ଏଥିରେ ଆଗ୍ରହୀ ଏବଂ ସେମାନଙ୍କ ମତାମତ ଦେବାକୁ ଚାହୁଁଛନ୍ତି ସେମାନେ ମତାମତ ଦେଇପାରିବେ । ଆଇନ ଆୟୋଗ କହିଛନ୍ତି ଯେଉଁମାନେ ଏହି ପ୍ରସଙ୍ଗରେ ନିଜର ମତାମତ ଦେବାକୁ ଚାହୁଁଛନ୍ତି, ସେମାନେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନ ଠାରୁ ୩୦ ଦିନ ମଧ୍ୟରେ ନିଜର ମତାମତ ପଠାଇ ପାରିବେ। ଏହା ସହିତ ସଦସ୍ୟଙ୍କ ସଚିବଙ୍କ ଇମେଲ ଜରିଆରେ ଆଇନ ଆୟୋଗକୁ ମଧ୍ୟ ପଠାଯାଇପାରିବ।

Comments are closed.