www.samajalive.in
Saturday, December 13, 2025
21.1 C
Bhubaneswar

ରଥଯାତ୍ରା ପୂର୍ବରୁ ଅଘଟଣ: ସିସିଟିଭି ଲଗାଇବା ବେଳେ ଜଣେ ମୃତ, କ୍ଷତିପୂରଣ ଦାବି

ପୁରୀ: ପୁରୀର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଗୁରୁବାର ଘଟିଛି ଏକ ଅଘଟଣ। ସିସିଟିଭି ଲଗାଇବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଓଡ଼ିଶା ପୁଲିସ ଗୃହ ନିର୍ମାଣ ନିଗମ ପକ୍ଷରୁ ରଥଯାତ୍ରା ପାଇଁ ପୁରୀର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଉଛି। ଆଜି ଟାଉନ ଥାନା ନିକଟରେ ସିସିଟିଭି ସଂଯୋଗ ବେଳେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ଏହାପରେ ତାଙ୍କୁ ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ରାକେଶ ବେହେରା(୩୦) ବୋଲି ଜଣାପଡ଼ିଛି। ଏକ ଠିକା ସଂସ୍ଥା ପକ୍ଷରୁ ସେ ଏହି କାର୍ଯ୍ୟରେ ନିୟୋଜିତ ଥିଲେ। ପୁରୀ ଟାଉନ ଥାନା ପଛପାର୍ଶ୍ଵ କୋଠାରେ ରଥଯାତ୍ରା ପାଇଁ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ସେଠାରେ ସିସିଟିଭିକୁ ବିଦ୍ୟୁତ ସଂଯୋଗ ଦେବା ବେଳେ ଏହି ଅଘଟଣ ଘଟିଛି। ଅପରପକ୍ଷେ, କ୍ଷତିପୂରଣ ଦାବି କରିଛନ୍ତି ମୃତକଙ୍କ ପରିବାର।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories